ମୋଦୀ ସାଙ୍ଗିଆ ଟିପ୍ପଣୀ ମାନହାନି ମାମଲା: ମତ ରଖିଲେ ବିଜେଡି ଓ ବିଜେପି

ଭୁବନେଶ୍ବର: ମୋଦୀ ସାଙ୍ଗିଆ ଟିପ୍ପଣୀ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଶୁଣାଣି ଉପରେ ବିଜେଡି ଓ ବିଜେପିର ପ୍ରତିକ୍ରିୟା ମିଳିଛି। ଏନେଇ ବିଜେଡିର ବରିଷ୍ଠ ବିଧାୟକ ଅମର ଶତପଥୀ କହିଛନ୍ତି, ବିଚାର ବ୍ୟବସ୍ଥା ଉପରେ ସମସ୍ତଙ୍କର ଭରସା ରହିବା ଉଚିତ। ଅନେକ କ୍ଷେତ୍ରରେ ବ୍ୟତିକ୍ରମ ହେଉଛି। ପାର୍ଲିଆମେଣ୍ଟ ପ୍ରାକ୍ଟିଟିସରେ ମଧ୍ୟ ବ୍ୟତିକ୍ରମ ହେଉଛି, କିନ୍ତୁ ସିଷ୍ଟମକୁ କେହି ଭାଙ୍ଗିବା ଉଚିତ ନୁହେଁ। ଯେଉଁଠି ସିଷ୍ଟମ ଭାଙ୍ଗିଯିବ, ସେଠାରେ ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠିବ। ରାହୁଲ ଗାନ୍ଧୀଙ୍କୁ ହଇରାଣ କରାଯାଉଛି ନା ନାହିଁ ବର୍ତ୍ତମାନ ଏହା ଜୁଡୁସିଆଲ ଅଧୀନରେ, ସେମାନେ କହିବେ କିନ୍ତୁ ଏହା ଗୋଟେ ପ୍ରୋସେସରେ ହୋଇଛି।ଏଣେ ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ କଣ ଭଲ ରାଜନୀତି କରିଛି? ୫୬ ବର୍ଷ ଭିତରେ କେତେ ରାତିଅଧିଆ ସରକାର ଭାଙ୍ଗିଛି। ଏମର୍ଜେନ୍ସି ଘୋଷଣା କରି, ଲୋକଙ୍କୁ ଜେଲରେ ରଖିଛି। ୨୦ ଲକ୍ଷ କୋଟି ଦୁର୍ନୀତିରେ କଂଗ୍ରେସ ଅଛି, ସେ କଣ ବିଜେପିକୁ କହିବ ହୀନ ରାଜନୀତି କରୁଛି।
ସୂଚନାଯୋଗ୍ୟ, ମୋଦୀ ସାଙ୍ଗିଆ ଟିପ୍ପଣୀ ମାନହାନି ମାମଲାରେ ରାହୁଲ୍ ଗାନ୍ଧୀଙ୍କ ବିପକ୍ଷରେ ସେସନ୍ କୋର୍ଟ ଦେଇଥିବା ରାୟକୁ ଆଜି ଗୁଜରାଟ ହାଇକୋର୍ଟ କାଏମ୍ ରଖିଛନ୍ତି। ସେସନ୍ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି ରାହୁଲ୍ ଗାନ୍ଧୀ ଫାଇଲ୍ କରିଥିବା ‘ରିଭ୍ୟୁ ପିଟିସନ୍’କୁ ଖାରଜ କରି ଉକ୍ତ ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଟ୍ରାଏଲ୍ କୋର୍ଟର ଦଣ୍ଡାଦେଶ ସମୁଚ୍ଚିତ, ଏହି ଆଦେଶରେ ହସ୍ତକ୍ଷେପ କରିବା ଅନାବଶ୍ୟକ। ତେଣୁ, ଏହି ଆବଦେନକୁ ଅଗ୍ରାହ୍ୟ କରାଗଲା। ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ୍ ଗାନ୍ଧୀଙ୍କ ନାଁରେ ଅନ୍ୟୂନ ୧୦ଟି ଅପରାଧିକ ମାମଲା ପଡ଼ିରହିଛି।

Spread the love