ଯିଏ ଆଇନଶୃଙ୍ଖଳା ଭାଙ୍ଗୁଛି, ତା’ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ: ବିଜେଡି

ଭୁବନେଶ୍ବର: ଝାରସୁଗୁଡ଼ାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ସମ୍ବଲପୁର ହିଂସା ଇତିହାସ ହିଁ କହିବ ବିଜେପି ପ୍ରଶ୍ନର ଉତ୍ତର। ପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀରେ କିଛି ନା କିଛି ସେଠି ଝାମେଲା ହୁଏ। କିଏ ଝାମେଲା କରେ ତାହା ରାଜ୍ୟବାସୀ ଜାଣିଛନ୍ତି। ସମ୍ବଲପୁରର ମାନ୍ୟବର ବିଧାୟକ ବର୍ତ୍ତମାନର ବିରୋଧୀ ଦଳ ନେତା। ଏଇଟା ଆଜିକା କଥା ନୁହେଁ ବିଗତ ୨୦ ବର୍ଷ ହେବ ଏମିତି କରି ଆସିଛନ୍ତି। ହନୁମାନ ଜୟନ୍ତୀ ଓ ରାମ ନବମୀରେ ସେଠି ଅସାମାଜିକ କାର୍ଯ୍ୟକ୍ରମ କରି ହିନ୍ଦୁ ମୁସଲିମ ଟେନସେନ ବା ସାମ୍ପ୍ରଦାୟିକ ଟେନସନ କିଏ ସୃଷ୍ଟି କରୁଛି।
ବରଗଡ଼ ସାଂସଦ ସୁରେଶ ପୂଜାରୀ ଅଛନ୍ତି ସେଠାକାର। ସେ ନିଜେ କହୁ ନାହାନ୍ତି ବିଗତ ୧୫ ବର୍ଷ ହେବ ଯେଉଁ ଟେନସନ ହେଉଛି କଣ ବିଜେଡି କରାଉଛି କି? କେବଳ ବିଜେପି ହିଁ ସେ ସବୁ କରାଉଛି। ଗଣମାଧ୍ୟମ ପାଖରେ ବି ତାହାର ଶହ ଶହ କ୍ଲିପିଂ ଥିବ। ସେ ଏଥର ନ ଥିଲେ ବି ସେ ଯେଉଁ ସଂସ୍ଥା ତିଆରି କରିଛନ୍ତି, ସେମାନେ ଏପରି କରିଛନ୍ତି। ଆମେ ବି ସିଧା କହୁଛୁ ଆଇନଶୃଙ୍ଖଳା ଯିଏ ଭାଙ୍ଗୁଛି ଯିଏ ଉସକଉଛି ସେ ବିଜେଡି କି ବିଜେପି, କଂଗ୍ରେସ ହେଉ ତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଆଇନକୁ ତାର କାମ କରିବା ପାଇଁ ଦିଆଯାଉ।

Spread the love