ବିଜେପିରେ ନିଜକୁ ଖାପଖୁଆଇ ପାରିଲିନି: ପ୍ରକାଶ ବେହେରା
କଟକ: ବିଜେପିରୁ ଇସ୍ତଫା ଦେବା ପରେ ସାଲେପୁରର ପୂର୍ବତନ ବିଧାୟକ ତଥା ପ୍ରକାଶ ବେହେରା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ସହ ଆଡଜଷ୍ଟ କରିପାରିଲେନି। ଦଳ ତାଙ୍କୁ ସାଲେପୁରରୁ ପୁଣି ଥରେ ପ୍ରାର୍ଥୀ କରିବ ବୋଲି କହିଥିଲା। ଟିକେଟ ନେଇ କିଛି ସମସ୍ୟା ନଥିଲା। ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ କରିବାକୁ ଦଳକୁ ଆସିଥିଲି। ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନେଇଥିଲି। ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ କରିବାକୁ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିଲା ସେମାନଙ୍କୁ ଦୀର୍ଘଦିନ ହେବ ଦଳ ଭିତରେ ଅଣଦେଖା କରାଯାଉଥିଲା। କର୍ମକର୍ତ୍ତାଙ୍କ ମତକୁ ବିଭିନ୍ନ ଫୋରମରେ ରଖିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିଲା। ନିଜର ଶୁଭେଚ୍ଛୁମାନଙ୍କ ସହ କଥାବାର୍ତ୍ତା ହେବା ପରେ ପରବର୍ତ୍ତୀ ପଦକ୍ଷେପ ନେବି।