କୌଣସି ବ୍ୟାଙ୍କ କଏନ୍ ନେବାକୁ ମନା କରିପାରିବେ ନାହିଁ: ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ ଏହି କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ୩ ମାସ ମଧ୍ୟରେ ସବୁ ବ୍ଲକ ବଜାର ସ୍ଥାନରେ ଏହି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ହେବ। ଏଥିରେ ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବି ବଦଳାଇ ପାରିବେ। ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି। ସେ ଆହୁରି କହିଛନ୍ତି, ଏବେ ବଜାରରେ ପ୍ରଚଳନ ଥିବା ୫୦ ପଇସାଠାରୁ ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି । ଏନେଇ ଅଧିକ ସଚେତନତା ଦରକାର। କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ। ବ୍ୟାଙ୍କ କଏନ ନେବାକୁ ମନା କରିପାରିବ ନାହିଁ। ଯଦି ବ୍ୟାଙ୍କ କାଏନ ନେବାକୁ ମନା କରୁଛି, ଲୋକେ ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଙ୍ଗ ଲୋକପାଳରେ ଅଭିଯୋଗ କରିପାରିବେ। ସଂପୃକ୍ତ ବ୍ୟାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Spread the love