ଋଷିଆର କ୍ଷେପଣାସ୍ତ୍ର ମାଡ଼ ପରେ ଖରକିଭ ଛାଡିବାକୁ ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଦୂତାବାସଙ୍କ ଜରୁରି tweet

ନୂଆଦିଲ୍ଲୀ ୨।୩:  ପୂର୍ବ ୟୁକ୍ରେନର ଖରକିଭ ଉପରେ  ଋଷିଆ ପୁଣି ଆକ୍ରମଣ ଆରମ୍ଭ କରିଛି। ଏଥିରେ ଏକ କ୍ରୁଜ ମିସାଇଲ ଖରକିଭ ସିଟି କାଉନସିଲ ବିଲ୍ଡିଂରେ ମାଡ ହେବା ପରେ ଭାରତୀୟ ଦୂତାବାସ ଏଠାରେ ଅଟକି ରହିଥିବା ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ତୁରନ୍ତ ଅଞ୍ଚଳ ଖାଲି କରିବା ଲାଗି ଜରୁରି ଆଡଭାଇଜରୀ ଜାରି କରିଛନ୍ତି। ଏଠାରେ ଋଷିଆର ଆକ୍ରମଣ ଆହୁରି ତୀବ୍ର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏଣୁ ଛାତ୍ରଛାତ୍ରୀ ଓ ଲୋକଙ୍କୁ ପେସୋଚୀନ, ବାବାୟି ଓ ବେଜଲୁଡୋଭକା ଆଡକୁ ପଳାୟନ କରିବାକୁ କୁହାଯାଇଛି ।

ତେବେ ଛାତ୍ରଛାତ୍ରୀ ଓ ନାଗରିକ କିପରି ଖରକିଭ ଛାଡିବେ ସେ ନେଇ ଭାରତ ସରକାର ଓ ଦୂତାବାସଙ୍କ କାର୍ଯ୍ୟପ୍ରଣାଳୀ ଉପରେ ଏବେ ଲୋକେ ପ୍ରଶ୍ନ  ଉଠାଉଛନ୍ତି। କାରଣ ଭାରତୀୟ ଏବେ ୟୁକ୍ରେନରେ ଟ୍ରେନ ଯାତ୍ରା କରିବା ଦୂରର କଥା ସେମାନଙ୍କୁ ଫୋର୍ସ ଷ୍ଟେସନକୁ ବି ପୁରାଇ ଦେଉ ନାହାନ୍ତି। ଘଉଡାଇବା ଲାଗି ପୋଲିସ ଗୁଳି ଚାଳନା ଧମକ ମଧ୍ୟ ଦେଉଛି, କେଉଁଠି କେଉଁଠି ଫଲସ ଫାୟରିଂ ମଧ୍ୟ କରୁଛନ୍ତି। ଛାତ୍ରଛାତ୍ରୀ ନାଗରିକ ଏବେବି ବିଭିନ୍ନ ଷ୍ଟେସନ ସମ୍ମୁଖରେ ଅଟକି ରହିଥିବା ବେଳେ ଋଷିଆର କ୍ଷେପଣାସ୍ତ୍ର ଆଖପାଖରେ ପଡୁଛି ବୋଲିଟ୍ୱିଟ୍‌ କରୁଛନ୍ତି।

ତେବେ ୟୁକ୍ରେନ ଦୂତାବାସ ଜାରି କରୁଥିବା ଏହି ସବୁ ଆଡଭାଇଜରୀ ସେଠାରେ ଅବସ୍ଥିତ ଛାତ୍ରଛାତ୍ରୀ ଓ ନାଗରିକଙ୍କ ନଜରରେ ପଡୁଛି କି ନା ଏହା କେବଳ ଭାରତରେ ରହୁଥିବା ସେମାନଙ୍କ ପରିବାର ଲାଗି ବୋଲି ଏବେ ଲୋକେ  ପ୍ରଶ୍ନ କଲେଣି। ସେହିପରି ଏହା କେବଳ ଆଡଭାଇଜରୀ ଓ ଏମ୍ବାସୀଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନୁହେଁ ବୋଲି ମଧ୍ୟ କେତେକ ଉଲ୍ଲେଖ କରିଛନ୍ତି। ତେବେ ସବୁଠାରୁ ଯାହା ଦୁଃଖଦ ତାହା ହେଉଛି ୟୁକ୍ରେନ ଏବେ ସେଠାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଭଳି ବ୍ୟବହାର କରିବା। ସେମାନଙ୍କୁ ଷ୍ଟେସନ ପରିସରରେ ପ୍ରବେଶ କରାଇ ଦିଆନଯିବା, ନିଜ ନାଗରିକଙ୍କ ସହ ସେମାନଙ୍କୁ ଟ୍ରେନରେ ଉଠା ନଯିବା ଓ ସେମାନଙ୍କୁ ଷ୍ଟେସନ ଅଞ୍ଚଳକୁ ପ୍ରବେଶ କରାଇ ଦିଆଯାଉନଥିବାର ଅନେକ ଅଭିଯୋଗ ହେଉଛି।

ସେହିପରି ଆଉଜଣେ ୟୁଜର ମୋଦି ଋଷିଆ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କୁ ମଙ୍ଗଳବାର କେବଳ ଧମକାଇବାକୁ ଡାକିଥିବା ଓ ସେମାନଙ୍କୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ମାର୍ଗ ଦେବା ପାଇଁ କରାଯାଇଥିବା ଅନୁରୋଧ ଅଣଶୁଣା କରିଥିବାର ଅଭିଯୋଗ ଆଣିଛନ୍ତି। ଏତେ ଟୁର ଟ୍ରାଭେଲ ପରେ   ୮ବର୍ଷର ସରକାରଙ୍କ ଏହା ଉପଲବ୍ଧି ବୋଲି  ସେ ଉଲ୍ଲେଖ କରିଛନ୍ତି। ଅର୍ଥାତ ଯେଉଁମାନେ ଖରକିଭରେ ଅଛନ୍ତି ସେମାନେ କେମିତି କଣ କରି ଯଦି ଦେଶର ସୀମା ପାର କରିପାରନ୍ତି ତେବେ ଆମେ ଉଦ୍ଧାର କରିବାର ବା ବା ନେବାକୁ ଅପେକ୍ଷା କରିଛୁ ବୋଲି ମଧ୍ୟ କେତେକ ବ୍ୟଙ୍ଗ କରିଛନ୍ତି।

Spread the love