ଯାତ୍ରୀବାହୀ ଟ୍ରେନ୍ ରହଣୀ ଦାବିରେ ରେଳରୋକ, ଦାବିରେ ଅଡି ବସିଛି ବିକାଶ ପରିଷଦ

ଜୟପୁର ୦୫/୧୨: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଳ ଷ୍ଟେସନରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ରହଣୀ ଦାବି କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିକାଶ ପରିଷଦ ତରଫରୁ ଷ୍ଟେସନ ଠାରେ ସମସ୍ତ ଟ୍ରେନ୍ ଗୁଡ଼ିକ ଅଟକାଇ ଧାରଣା ଦେଲେ ବିକାଶ ପରିଷଦ ସଦସ୍ୟ । ବାରମ୍ବାର ଲିଖିତ ଦାବି ପ୍ରଦାନ କରିବା ପରେ ମଧ୍ୟ ପାସେଞ୍ଜର ଟ୍ରେନ ନରହିବାର ପ୍ରତିବାଦ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଲକ୍ଷ୍ମୀପୁର ଗସ୍ତ ସମୟରେ ପ୍ରଦାନ କରିଥିଲେ ଦାବିପତ୍ର ।

ଆଲୋଚନା ପାଇଁ ବିଶାଖାପାଟଣା ଡିଆରଏମ୍ ମଧ୍ୟ ୬ ଜଣିଆ ପ୍ରତିନିଧି ଦଳକୁ ଡକାଇଥିଲେ । ରେଳ ବିଭାଗ ଟ୍ରେନ୍ ରହଣି ସକାଶେ ୨୦ଦିନ ସମୟ ମାଗିଥିଲା । କେବଳ ପ୍ରତିଶୃତି ଦେଇଥିଲେ, ଟ୍ରେନ ରହଣି ନହେବା କାରଣରୁ ଚାଲିଛି ଟ୍ରେନ ରୋକ ଆନ୍ଦୋଳନ । ଲକ୍ଷ୍ମୀପୁର ବିକାଶ ପରିଷଦର ଡାକରାରେ ଟ୍ରାକ୍ ଉପରେ ବସିଛନ୍ତି ଆନ୍ଦୋଳନକାରି । ଦାବି ପୁରଣ ନହେଲେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଟ୍ରେନ ରୋକ ଜାରି ରହିବା ଧମକ । ସ୍ଟେଷନରେ ପୋଲିସ ମୁତୟନ ହୋଇଛନ୍ତି ।

Spread the love