ଚୀନ୍, ଋଷ, ଇରାନ ଓ ଅନ୍ତର୍ଜାତୀୟ ଆତଙ୍କବାଦ ବର୍ତ୍ତମାନ ସମୟର ନୂଆ ୪ ବିପଦ : ରିଚାର୍ଡ ମୁର

ଲଣ୍ଡନ ୩୦।୧୧: ଚୀନ୍‌, ଋଷିଆ, ଇରାନ ଓ ଅନ୍ତର୍ଜାତୀୟ ଆତଙ୍କବାଦର ନାଟକୀୟ ପରିବର୍ତ୍ତନ ଏହି ସମୟର ୪ ବଡ଼ ସୁରକ୍ଷାଗତ ବିପଦ। ଏହା କହିଛନ୍ତି ବ୍ରିଟେନର ଗୁଇନ୍ଦା ମୁଖ୍ୟ ରିଚାର୍ଡ ମୁର। ମଙ୍ଗଳବାର ଏକ ଦୁର୍ଲଭ ସାର୍ବଜନିକ ଭାଷଣରେ ସେ ଏହା କହିଛନ୍ତି। ବ୍ରିଟିଶ ବିଦେଶୀ ଗୁଇନ୍ଦା ସେବା ଏମଆଇ-୬ର ପ୍ରମୁଖ ମୁର ଗଣତନ୍ତ୍ର ସମାପ୍ତ କରିବାକୁ ଚୀନ ଭଳି ଦେଶଙ୍କ ଋଣ ଜାଲ ଓ ତଥ୍ୟ ଲିକ୍‌ ଭଳି ଅସ୍ତ୍ର ଏବେ ଚିନ୍ତାର କାରଣ ବୋଲି କହିଛନ୍ତି।

ମୁର ଗତବର୍ଷ ଏମଆଇ-୬ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ପଦବୀର ବର୍ଷ ପୂରଣ ଅବସରରେ ସେ ଲଣ୍ଡନସ୍ଥିତ ଇଣ୍ଟରନ୍ୟାସନାଲ ଇନିଷ୍ଟେଚ୍ୟୁଟ ଫର ଷ୍ଟ୍ରେଟେଜିକ ଷ୍ଟଡିଜ୍ (ଆଇଆଇଏସଏସ୍)କୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି। ମୁର କହିଛନ୍ତି ଯେ ନୂଆ ବିପଦର ଏହା ପରିବର୍ତ୍ତିତ ଚେହେରା। ଦୀର୍ଘ ସମୟରୁ ଚୀନ, ଋଷିଆ ଓ ଇରାନ ବିଶ୍ୱଲାଗି ବଡ଼ ବିପଦ ଭାବେ ଛିଡା ହୋଇଛନ୍ତି। ଏମାନଙ୍କ ବାଦେ ଅନ୍ତର୍ଜାତୀୟ ଆତଙ୍କବାଦ ଏବେ ନୂଆ ବିପଦ ଭାବେ ଉଭା ହୋଇଛି।

ମୁର ତାଙ୍କ ଭାଷଣରେ ଚୀନ, ଋଷିଆ ଓ ଇରାନଙ୍କ ପକ୍ଷରୁ ଆଶଙ୍କା କରାଯାଉଥିବା ବିପଦର ପ୍ରକୃତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଣୁ ଜିଡିଟାଲ ଯୁଗରେ ମାନବ ଗୁଇନ୍ଦା ସନ୍ଦର୍ଭରେ ସେ ବାଖ୍ୟାନ ରଖିଛନ୍ତି। ସେ ପରିବର୍ତ୍ତିତ ପରିସ୍ଥିତିରେ ଅଧିକ ଖୋଲା ବିଚାର ରଖିବା ଉପରେ ତାଙ୍କ ବକ୍ତବ୍ୟରେ ଗୁରୁତ୍ୱଦେଇଛନ୍ତି।

Spread the love