ଏଣ୍ଡୁରୀ ପିଠା ସହିତ କୋଶିଳା ଶାଗର ତରକାରୀ

ଆବଶ୍ୟକ ସାମଗ୍ରୀ :
ଆବଶ୍ୟକ ଅନୁସାରେ ବିରି ଏବଂ ଅରୁଆ ଚାଉଳ
ଆବଶ୍ୟକ ଅନୁସାରେ ଗୁଜୁରାତି ଗୁଣ୍ଡ
ଅଳ୍ପ କିଛି ନଡିଆ ଓ ଛେନା
ସ୍ୱାଦ ଅନୁସାରେ ଚିନି ଓ ଲୁଣ
ଆବଶ୍ୟକ ଅନୁସାରେ ପାଣି
ଛୋଟ ପିସ୍‌ରେ କାଟା ହୋଇଥିବା ହଳଦୀ ପତ୍ର

ପ୍ରସ୍ତୁତ ପ୍ରଣାଳୀ :
ଏହି ପ୍ରଥମାଷ୍ଟମୀରେ ଏଣ୍ଡୁରୀ ପିଠା ତିଆରି କରିବା ପାଇଁ ବିରି ଓ ଅରୁଆ ଚାଉଳକୁ କିଛି ଘଣ୍ଟା ଭିଜାଇ ଦେବେ । ଏହା ପରେ ତାଙ୍କୁ ଭଲ ଭାବେ ଗାଢା କରି ଗ୍ରାଇଣ୍ଡିଂ କରିଦେବେ । ସେହି ଆଣକୁ ଏକ ପାତ୍ରରେ ରଖିଦେବେ । ଏହାପରେ ନଡିଆକୁ କୋରି ଦେବେ ଏବଂ ଛେନାକୁ ସେଥିରେ ଭଲ ଭାବେ ମିଶାଇ ଏକ ପୂର ତିଆରି କରିଦେବେ । ସେହି ପୂରରେ ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଭାଜି ଦେବେ ।

ଏହାପରେ ବିରି ଚାଉଳ ବଟାରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦେବେ । ତାପରେ ଏକ ଛୋଟ ଡୀସ୍‌ରେ କିଛି ପାଣି ଦେଇ ଚୁଲି ଲଗାଇ ସେଥିରେ ବସାଇବେ । ଏହାପରେ ଦେଖିବେ ପାଣି ଫୁଟିବା ପରେ କାଟିକି ରଖିଥିବା ହଳଦୀ ପତ୍ରରେ ଅଳ୍ପ ଆଣ ଦେବେ ଏବଂ ତାଉପରେ ଭାଜିକି ରଖିଥିବା ପୂର ରଖି ସେହି ହଳଦୀ ପତ୍ରକୁ ଭଲ ଭାବେ ଘୋଡାଇ ଦେବେ । କିନ୍ତୁ ଧ୍ୟାନ ରଖିବେ ଯେପରି ହଳଦୀ ପତ୍ର ଟିକେ ବଡ ସାଇଜ୍‌ର କଟା ହୋଇଥିବ ।

ପ୍ରାୟ ୨୦ ମିନିଟ୍‌ ପ୍ରର୍ଯ୍ୟନ୍ତ କମ୍‌ ଆଞ୍ଚରେ ପିଠାକୁ ସିଝିବାକୁ ଛାଡି ଦେବେ । ଏହାପରେ ପିଠା ଭଲ ଭାବେ ସିଝିଛି କି ନାହିଁ ଦେଖିବେ । ଯଦି ପିଠା ଠିକ୍‌ ଭାବେ ସିଝି ନଥିବ, ତାହେଲେ ତାଙ୍କୁ ଆଉ କିଛି ସମୟ ସିଝିବା ପାଇଁ ଛାଡି ଦେବେ । ତାପେରେ ଦେଖିବେ କେତେ ସହଜରେ ପ୍ରସ୍ତୁତ ହୋଇଯିବ, ପ୍ରଥମାଷ୍ଟମୀ ସ୍ପେଶାଲ ସୁଆଦିଆ ଏଣ୍ଡୁରୀ ପିଠା । ଯାହା ଖାଇବା ପାଇଁ ଭାରି ଟେଷ୍ଟି । ଏହି ସୁଆଦିଆ ଏଣ୍ଡୁରୀ ପିଠା ସହିତ କୋଶିଳା ଶାଗର ତରକାରୀ ଖାଇବା ପାଇଁ ଭାରି ସୁଆଦିଆ । ଏହି ଦିନ ଘରର ବଡ ସନ୍ତାନଙ୍କୁ ମୂଳା ମଧ୍ୟ ଖାଇବା ପାଇଁ ଦିଆଯାଏ । ଏହା ସହ ସେହିଦିନ ମୂଳା ଖାଇବା ଶୁଭ ବୋଲି ମଧ୍ୟ କୁହାଯାଏ ।

Spread the love