ଏରୋନଟିକ୍ସ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ହାଲ ସହରାଞ୍ଚଳ ସ୍ଥିତ ଏରୋନଟିକ୍ସ ମହାବିଦ୍ୟାଳୟରେ ରେଡ ରିବନ କ୍ଲବ ତରଫରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ୩୧ତାରିଖ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସମାପ୍ତ ହୋଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ସଭାପତି ଭାବରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରାଧ୍ୟାପିକା ଡ. ଅନସୂୟା ନନ୍ଦ, ମୁଖ୍ୟ ଅତିଥି ଭାବରେ ହାଲ ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଏମ.କେ. କାଟେ ଓ ମୁଖ୍ୟବକ୍ତା ଡ଼ାକ୍ତର ପି. ଏମ. ସେଠୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଡ. ନନ୍ଦ, ଡ଼ା, କାଟେ, ଡ଼ା. ସେଠୀ ମହାବିଦ୍ୟାଳୟ ପରିସର ଭିତରେ ବୃକ୍ଷରୋପଣ କରିସାରିବାପରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସଂକ୍ରମଣ ଜନିତ ରୋଗ ଓ ତାହାର ଚିକିତ୍ସା ଆଦି ସମ୍ପର୍କରେ ସଚେତନ କରାଇଥିଲେ। ୱାଇଆରସିର କାଉନସିଲର ଡ. ଶାନ୍ତନୁ ନାୟକ ସଭା ପରିଚାଳନା କରିଥିବାବେଳେ ଅଧ୍ୟାପିକା ଚିନ୍ମୟୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହିସଭାରେ ବରିଷ୍ଠ ପ୍ରାଧ୍ୟାପକ ଡ. ସଞ୍ଜୟ ପୁରୋହିତ, ଗୌରୀଶଙ୍କର ରଥ, ବିଶ୍ୱଜିତା ପାଢ଼ୀ, ଦିଲ୍ଲୀପ ସାହୁ, ପ୍ରଜ୍ଞା ଦେବହୁତି ଦାସ, ଡ. ସ୍ମୃତି ରଞ୍ଜନ ରାଉତ, ଚିନ୍ମୟ ମିଶ୍ର, ଚିନ୍ମୟୀ ସାହୁ, ସୁନିତା ସାହୁ, ରୁଚିକା ମାଣିଆ, ବ୍ରଜକିଶୋର ରାୟ, ଶର୍ମିଲା ମହାପାତ୍ର, ରଶ୍ମିରେଖା ନାୟକ, ଫିରୋଜ ବଢ଼େଇ ଆଦି ଅଧ୍ୟାପକ ଅଧ୍ୟାପିକା ବିଦ୍ୟାଳୟର ସହକର୍ମୀଙ୍କ ସଙ୍ଗେ ଛାତ୍ରଛାତ୍ରୀ, ୱାଇଆରସି ଓ ରେଡ ରିବନ କ୍ଲବର ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ।

Spread the love