ଆସନ୍ତାକାଲି ଓଡ଼ିଶାରେ ସୂର୍ଯ୍ୟକିରଣ ଶୋ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ହେବ ସୂର୍ଯ୍ୟକିରଣ ଶୋ । ଦମ୍ ଦେଖାଇବ ଟିମ୍ ସୂର୍ଯ୍ୟକିରଣ । ଏହା ପୂର୍ବରୁ ଆଜି ଫୁଲଡ୍ରେସ ରିହର୍ସାଲ କରିଛନ୍ତି ବାୟୁସେନା ଟିମ୍‌ । ଆକାଶରେ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି ଟିମ୍ । ନୀଳ ଆକାଶରେ ଚମତ୍କାର ପ୍ରଦର୍ଶନ କରିଛି ହକ୍ ବିମାନ । କାଲି ସକାଳ ୧୦ରୁ ୧୧ଟା ମଧ୍ୟରେ ଚୂଡାନ୍ତ ଶୋ ହେବ । ଆସନ୍ତାକାଲି ଲୋକ ଦେଖିବେ ଏହି ଫାଇନାଲ ଶୋ। ନିମନ୍ତ୍ରିତ ଅତିଥି ଓ ସାଧାରଣ ଲୋକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ନେଇ କମିଶନରେଟ ପୋଲିସ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିଛି। ଭୁବନେଶ୍ୱର ପରେ ୧୮ ତାରିଖରେ ପୁରୀରେ ହେବ ଏୟାର ଶୋ’।

 

Spread the love