୧୧ ରାଜ୍ୟରେ ପୁରୁଷଙ୍କ ତୂଳନାରେ ମହିଳାଙ୍କ ଅଛନ୍ତି ଅଧିକ ସେକ୍ସ ପାର୍ଟନର

ନୂଆଦିଲ୍ଲୀ: ଦେଶର ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପୁରୁଷଙ୍କ ତୂଳନାରେ ମହିଳାଙ୍କର ସେକ୍ସ ପାର୍ଟନର ଅଧିକ। ଅନ୍ୟପଟେ ଏମିତି ୪ ପ୍ରତିଶତ ପୁରୁଷ ଅଛନ୍ତି, ଯେଉଁମାନେ ଏମିତି ସେକ୍ସ ପାର୍ଟନରଙ୍କ ସହିତ ସଂପର୍କ ରଖିଛନ୍ତି, ଯିଏ ତାଙ୍କର ପତ୍ନୀ ନୁହନ୍ତି କିମ୍ବା କେବେ ତାଙ୍କ ସହ ରହି ନାହାନ୍ତି। ଏମିତି ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୂଳନାରେ ଅଧିକ ରହିଛି। ସେମିତି ଦେଶରେ ଏକାଧିକ ସେକ୍ସ ପାର୍ଟନର ରଖିଥିବା ମହିଳାଙ୍କ ସଂଖ୍ୟା ହେଉଛି ୦.୫ ପ୍ରତିଶତ। ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେରେ ୧.୧ ଲକ୍ଷ ମହିଳା ଏବଂ ଏକ ଲକ୍ଷ ପୁରୁଷଙ୍କୁ ସାମିଲ୍ କରାଯାଇଛି। ଏହି ସର୍ଭେରୁ ଜଣା ପଡିଛି ଯେ, ଅନେକ ରାଜ୍ୟରେ ପୁରୁଷଙ୍କ ତୂଳନାରେ ମହିଳାଙ୍କ ଅଧିକ ସେକ୍ସ ପାର୍ଟନର ଅଛନ୍ତି।

ଏହି ରାଜ୍ୟଗୁଡିକ ହେଉଛି ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ, ଜାମ୍ମୁ-କାଶ୍ମୀର, ଲଦାଖ, ମଧ୍ୟ ପ୍ରଦେଶ, ଆସାମ, କେରଳ, ଲାକ୍ଷାଦ୍ଵୀପ, ପୁଡୁଚେରୀ ଏବଂ ତାମିଲନାଡୁ। ଏହି ରାଜ୍ୟ ତାଲିକାରେ ରାଜସ୍ଥାନ ଶୀର୍ଷରେ ରହିଛି। ଯେଉଁଠି ମହିଳାଙ୍କ ହାରାହାରି ୩.୧ ପାର୍ଟନର ଥିବା ବେଳେ ପୁରୁଷଙ୍କ ହାରାହାରି ୧.୮ ପାର୍ଟନର ଅଛନ୍ତି। ଅନ୍ୟ ରାଜ୍ୟରେ ଏମିତି ପୁରୁଷ ସଂଖ୍ୟା ୪ ପ୍ରତିଶତ ରହିଛି, ଯେଉଁମାନେ ଏମିତି ମହିଳାଙ୍କ ସହ ସମ୍ବନ୍ଧ ରଖିଛନ୍ତି, ଯେଉଁମାନେ ତାଙ୍କର ପତ୍ନୀ ନୁହନ୍ତି ଏବଂ ଲିଭ୍ ଇନରେ ମଧ୍ୟ ରହୁ ନାହାନ୍ତି।

ଜାତୀୟ ପରିବାର ସ୍ଵାସ୍ଥ୍ୟ  ବିଭାଗ ଦ୍ଵାରା ୨୦୧୯ରୁ ୨୦୨୧ ମଧ୍ୟରେ ଦେଶର ୨୮ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୭୦୭ ଜିଲ୍ଲାରେ ଏହି ସର୍ଭେ କରାଯାଇଛି। ଏହି ସର୍ଭେରେ ସାମାଜିକ- ଆର୍ଥିକ ତଥ୍ୟ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି।

Spread the love