ପ୍ରେମ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଁଥିଲେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତୁ…

ସବୁଠୁ ମଧୁର ସମ୍ପର୍କ ହେଉଛି ପ୍ରେମ। ପ୍ରେମ କାହା ସହ କେଉଁ ମୂହୁର୍ତ୍ତରେ ହୋଇଯାଏ ଜଣାପଡେନା। ହେଲେ ସମ୍ପର୍କରେ ବାନ୍ଧିହେବା ଯେତିକି ସହଜ ସମ୍ପର୍କକୁ ଅତୁଟ ରଖିବା ସେତିକି କଷ୍ଟକର ହୋଇଥାଏ। ଏଣୁ ଯଦି ଆପଣ ପ୍ରେମରେ ପଡ଼ିଛନ୍ତି ତେବେ ଏହି ୩ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଫଳରେ ଆପଣ ଖୁସିରେ ରହିବା ସହ ଆପଣଙ୍କ ସମ୍ପର୍କ ସୁଦୃଢ଼ ହୋଇପାରିବ। ଯେପରିକି:

* ପାର୍ଟନରଙ୍କ ପସନ୍ଦ ନାପସନ୍ଦକୁ ସର୍ବଦା ଧ୍ୟାନ ଦିଅନ୍ତୁ। ଯଦି କୌଣସି ସମୟରେ ପାର୍ଟନରଙ୍କ ସଙ୍ଗେ କିଛି ମନାନ୍ତର କିମ୍ବା ମତାନ୍ତର ହୁଏ ତେବେ ଦୁହିଁଙ୍କ ଭିତରୁ କିଏ ପ୍ରଥମ କଥା ହେବ ସେ ନେଇ ଅନେକ ସମୟରେ ଦ୍ୱନ୍ଦ ଚାଲିଥାଏ। ମାତ୍ର ଏପରି କିଛି ନ ଭାବି କଥାହୋଇ ନିଜର ଚିନ୍ତାଧାରା ପରିବର୍ତ୍ତନ କରନ୍ତୁ। କାରଣ ଏପରି କରିବା ଦ୍ୱାରା ଜଣଙ୍କର ଅନ୍ୟଜଣଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ, ଭଲପାଇବା ବଢ଼ିଥାଏ।

*କୁହାଯାଏ ପ୍ରେମରେ ଜଣଙ୍କ କଥା ଅନ୍ୟଜଣେ ଜାଣିପାରନ୍ତି। ମାତ୍ର ଏହା ସବୁବେଳେ ସମ୍ଭବ ନୁହେଁ। ଅନେକ ସମୟରେ ନିଜେ ମୁହଁ ଖୋଲି ପାର୍ଟନରଙ୍କୁ ଜଣାଇବା ଜରୁରୀ ହୋଇଥାଏ। ଆପଣ ଜଣାଇବା ପରେ ସେ ଆପଣଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିବେ। ଏଣୁ ଆପଣ କହିବା ପରେ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

* ଅନେକ ସମୟରେ ପାର୍ଟନରଙ୍କ କୌଣସି ଭୁଲ୍‌କୁ ନେଇ ମନମାଳିନ୍ୟ ସୃଷ୍ଟିହୋଇଥାଏ। ଏ ନେଇ ଆପଣଙ୍କୁ ପାର୍ଟନରଙ୍କ ଭୁଲ୍‌ ଜଣାଇ ତାଙ୍କୁ ସୁଧାରି ସମ୍ପର୍କରେ ଆଗକୁ ବଢ଼ିବାକୁ ହୋଇଥାଏ। ଏଥିରେ ପାର୍ଟନରଙ୍କୁ ନିଚ୍ଚା ନ ଦେଖାଇ ନିଜେ ତାଙ୍କୁ ଭୁଲ୍‌ ଦେଖାଇବାକୁ ଚେଷ୍ଟା କରନ୍ତୁ।

Spread the love