ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ସୁଧାଂଶୁ ଶେଖର ପରିଡା ବିଜେଡିରୁ ବହିଷ୍କୃତ
ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଗତ କିଛି ଦିନ ତଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯାଇଥିଲା । ନିଜ ସମ୍ପାଦକୀୟ ଆଲେଖ୍ୟ ମାଧ୍ୟମରେ ‘ମନ୍ତ୍ରୀ ବଡ ନା ସଚିବ ବଡ’ ନେଇ ପ୍ରଶ୍ନ ଉଠାଇବା ପରେ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ଏପରି କରିଥିଲା ବିଜୁ ଜନତା ଦଳ । ଆଉ ଉପ-ସଭାପତି ପଦରୁ ହଟାଇବା ପରେ ଏବେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଖାଲି ସେତିକି ନୁହେଁ,
ରେମୁଣା ବିଧାୟକ ସୁଧାଂଶୁ ଶେଖର ଷଡଙ୍ଗୀଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇଛି ।