ବଢିପାରେ ରେପୋରେଟ୍‌

ନୂଆଦିଲ୍ଲୀ : ଦେଶରେ ବଢ଼ି ଚାଲିଥିବା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଙ୍କ ମୂଲ୍ୟ ନିର୍ଦ୍ଧାରଣ କମିଟିର ୩ ଦିନିଆ ବୈଠକ ଗତ ବୁଧବାରଠାରୁ ଆରମ୍ଭ ହୋଇଯାଇଛି। ଯଦି ଏମ୍‌ପିସି ପ୍ରସ୍ତାବ କରନ୍ତି ତେବେ ୩ ମାସର କ୍ଷୁଦ୍ର ଅବଧିରେ ରେପୋ ହାର ୩ୟ ଥର ବଢ଼ିବ। କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବରୁ ତାଙ୍କ ସରଳ ମୁଦ୍ରାନୀତିକୁ ଧୀରେ ଧୀରେ ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଥିଲେ। ଦେଶରେ ବଢି ରହିଥିବା ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି ଉଭୟ କେନ୍ଦ୍ର ସରକାର ଓ ଆର୍‌ବିଆଇ ଉଦ୍ୟମ ଜାରି ରଖିଛନ୍ତି। ଏହା ସତ୍ତ୍ୱେ ଚଳିତବର୍ଷ ଜାନୁୟାରୀରୁ ମୁଦ୍ରାସ୍ଫୀତି ହାର ୬% ରୁ ଉପରେ ରହିଛି। ଆର୍‌ବିଆଇ ମୁଦ୍ରାସ୍ଫୀତିକୁ ୪% ରେ ରଖିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିରେ ୨% ପର୍ଯ୍ୟନ୍ତ ବୃଦ୍ଧି ଓ ହ୍ରାସ ହୋଇପାରେ।

Spread the love