ସାଧାରଣତନ୍ତ୍ର ଦିବସ ଅବ୍ୟାହତ ପୂର୍ବରୁ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶର ପ୍ରଗତିରେ ଦେଶବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନିଜ କ୍ଷମତାର ଭରପୁର ଉପଯୋଗ କରି ଦେଶକୁ ଆଗେଇ ନେଇଥିବା ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶକୁ ସଶକ୍ତ ଓ କ୍ଷମତାସଂପନ୍ନ କରାଇପାରିଥିବା କୃଷକ, ଶ୍ରମିକ, ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କୁ ପ୍ରଶଂସା କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନର ନାରା ଦେଇଛନ୍ତି। ସାଧାରଣତନ୍ତ୍ର ଦିବସର ପୂର୍ବ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ଗଣତନ୍ତ୍ରର ଜନନୀ ଭାବେ ପରିଚିତ। ବିଭିନ୍ନ ଭାଷା, ଧର୍ମ ଆମକୁ ଏକତାର ସୂତ୍ରରେ ବାନ୍ଧି ରଖିଛି।

ଏକ ଗରିବ ଓ ନିରକ୍ଷର ରାଷ୍ଟ୍ର ସ୍ଥିତିକୁ ବହୁ ପଛରେ ପକାଇ ବିଶ୍ୱ ମଞ୍ଚରେ ଏକ ଆତ୍ମନିର୍ଭଶୀଳ ରାଷ୍ଟ୍ର ଭାବେ ସ୍ଥାନ ନେଇସାରିଛି। ଗତବର୍ଷ ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୈତିକ ରାଷ୍ଟ୍ର ହୋଇପାରିଛି। ବିଜ୍ଞାନ ଓ ଜ୍ଞାନକୌଶଳ କ୍ଷେତ୍ରରେ ଦେଶର ଉପଲବ୍‌ଧି ନେଇ ଗର୍ବ ଅନୁଭବ କରିବାର ବେଳ ଆସିଛି। ଗଗନାୟନ କାର୍ଯ୍ୟକ୍ରମରେ ବିଶ୍ୱର ହାତଗଣତି ଦେଶମାନଙ୍କ ମଧ୍ୟରେ ଆଗରେ ରହିଛି। ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମାନତା ଫଳରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଇଛି। ଏହି ଅବସରରେ ଚଳିତ ବର୍ଷ ଜି-୨୦ରେ ଅଧ୍ୟକ୍ଷତା ନେଇ ଖୁସି ପ୍ରକଟ କରିଛନ୍ତି। ଏହା ମାଧ୍ୟମରେ ଏକ ସମୃଦ୍ଧ ବିଶ୍ୱର ନିର୍ମାଣରେ ଭାରତର ଅଗ୍ରଣୀ ଭୂମିକା ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହା ସହ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସେ ଆହ୍ଵାନ କରିଛନ୍ତି।
Spread the love