ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ରାଜ୍ୟରେ ଦିନକୁ ଦିନ ନବ ଜାତକ ଶିଶୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଫୋପାଡ଼ି ଚାଲିଯିବା ଘଟଣା ବଢ଼ିବାରେ ଲାଗିଛି । କେତେବେଳେ ରାସ୍ତା କଡ଼ରୁ, ଅଳିଆ ଗଦାରୁ ତ ଆଉ କେତେବେଳେ ନାଳରୁ ଉଦ୍ଧାର କରାଯାଉଛି ନବଜାତକଙ୍କୁ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଦିଗିସରାରେ ପୁଣି ଏକ ଏଭଳି ଘଟଣା ଘଟିଛି । ଦିଗିସିରା ରାସ୍ତାକଡ଼ରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଲୁଣିବାହାଲ ଗାଁର ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାବେଳେ ଏକ ଶିଶୁର କାନ୍ଦିବା ସ୍ୱର ଶୁଣିଥିଲେ । ଏହା ପରେ ସେ ରାସ୍ତାରୁ ଛୁଆକୁ ଉଦ୍ଧାର କରିଥିଲେ । ଶିଶୁକୁ ନେଇ ପୁରୁଣାକଟକ ମେଡ଼ିକାଲରେ ଭର୍ତ୍ତି କରିଥିଏେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛୁଆଟି ସୁସ୍ଥ ଥିବା ଜଣାପଡ଼ିଛି । ପୁରୁଣାକଟକ ପୋଲିସ ମେଡ଼ିକାଲରେ ପହଁଚି ତଦନ୍ତ ଆରମ୍ଭ କରିଛି । ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

Spread the love