୫ରାଜ୍ୟ ପିସିସି ସଭାପତିଙ୍କୁ ଇସ୍ତଫା

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟରେ ଉତ୍‌କ୍ଷିପ୍ତ କଂଗ୍ରେସ ହାଇକମାଣ୍ଡ । ଉତ୍ତରପ୍ରଦେଶ ପିସିସି ସଭାପତି ଅଜୟ କୁମାର ଲାଲ୍ଲୁ, ଉତ୍ତରାଖଣ୍ଡ ପିସିସି ସଭାପତି ଗଣେଶ ଗୋଡିୟାଲ, ପଞ୍ଜାବ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ, ଗୋଆ ପିସିସି ସଭାପତି ଗିରୀଶ ଚୋଡାନକର, ମଣିପୁର ପିସିସି ସଭାପତ ଏନ. ଲୋକେନ ସିଂଙ୍କୁ ଇସ୍ତଫା ଦେବା ଲାଗି ନିର୍ଦ୍ଦେଶ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧି ।

ସୂଚନା ଥାଉ କି, ଗୋଆରେ ୪୦ ଆସନରୁ ବିଜେପିକୁ ୨୦ ଆସନ ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୧୨ଟି ଆସନ । ସେହିପରି ଆମ ଆଦମୀ ପାର୍ଟିକୁ ୨ ଆସନ ମିଳିଥିବା ବେଳେ ଅନ୍ୟାନ୍ୟକୁ ମିଳିଛି ୬ ଆସନ । ସେହିଭଳି ପଞ୍ଜାବର ୧୧୭ଟି ଆସନରୁ ଆପକୁ ମିଳିଛି ୯୨ଟି ଆସନ । ବହୁମତ ସହ ପଞ୍ଜାବରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ତେବେ କଂଗ୍ରେସ ପଞ୍ଜାବରେ ୧୮ଟି ଆସନରେ ସୀମିତ ରହିଛି । ଅନ୍ୟପକ୍ଷରେ ବିଜେପିକୁ ମିଳିଛି ମାତ୍ର ୨ଟି ଆସନ । ଶିରୋମଣି ଅକାଳୀ ଦଳ ବା ସାଡକୁ ମିଳିଛି ୪ଟି ଆସନ । ମଣିପୁରରେ ବିଜେପିକୁ ୩୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଛି । ସେହିପରି ନ୍ୟାସନାଲ ପିପୁଲସ୍‌ ପାର୍ଟି ୭ଟି ଆସନରେ ବିଜୟ ଲାଭ କରିଛି । ଅନ୍ୟାନ୍ୟଙ୍କୁ ମିଳିଛି ୧୬ଟି ଆସନ । ସେହିପରି ଉତ୍ତରାଖଣ୍ଡର ୭୦ଟି ଆସନରୁ ବିଜେପି ୪୭ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୧୯ଟି ଆସନ ମିଳିଛି ।

ଉତ୍ତରାଖଣ୍ଡରେ ଅନ୍ୟାନ୍ୟ ଦଳ ୪ଟି ଆସନରେ ବିଜୟୀ ହୋଇଛନ୍ତି । ଯଦି ଉତ୍ତରପ୍ରଦେଶ କଥା କହିବା ତାହାଲେ ଉତ୍ତରପ୍ରଦେଶର ୪୦୩ ଆସନରୁ ବିଜେପି ମେଣ୍ଟକୁ ୨୭୩ଟି ଆସନ ମିଳିଥିବା ବେଳେ ସରକାର ଗଢିବ ବିଜେପି । ସେହିଭଳି ସମାଜବାଦୀ ପାର୍ଟି ମେଣ୍ଟକୁ ମିଳିଛି ୧୨୫ଟି ଆସନ । ୟୁପିରେ କଂଗ୍ରେସକୁ ମିଳିଛି ମାତ୍ର ଦୁଇଟି ଆସନ । ସେହିପରି ଉତ୍ତରପ୍ରଦେଶରେ ଅନ୍ୟାନ୍ୟ ଦଳ ୩ଟି ଆସନରେ ବିଜୟ ଲାଭ କରିଛନ୍ତି ।

Spread the love