ଦରମା ବୃଦ୍ଧି ପରେ ବି ଚାକିରି ଛାଡ଼ିବାକୁ ଚାହୁଁଛନ୍ତି ୪୦% କର୍ମଚାରୀ

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି ବେକାରୀ ସମସ୍ୟା । ବେକାରୀ ସମସ୍ୟାକୁ ନେଇ କେତେବେଳେ ରାଜରାସ୍ତାକୁ ଓହ୍ଲାଉଛନ୍ତି ଯୁବକ ଯୁବତୀ ତ କେତେବେଳେ ଏହି ସମସ୍ୟାକୁ ନେଇ ରାଜନୀତି ସରଗରମ ରହୁଛି । ହେଲେ ବର୍ତ୍ତମାନର ଏକ ରିପୋର୍ଟ ଅନୁଯାୟୀ ଯାହା ତଥ୍ୟ ଆସିଛି ତାହା ଆପଣଙ୍କୁ ଚକିତ କରିଦେବ । କାରଣ କର୍ମଚାରୀଙ୍କ ବେତନ ବୃଦ୍ଧି ପରେ ବି ୧୦୦% କର୍ମଚାରୀଙ୍କ ମଧ୍ୟରୁ ୪୦% କର୍ମଚାରୀ ଚାକିରି ଛାଡ଼ିକୁ ଚାହୁଁଛନ୍ତି ।କାରଣ ଭାରତର ଆଇଟି କ୍ଷେତ୍ରରେ କାମ କରୁଥିବା ୨୭% କର୍ମଚାରୀ ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିବା ବେଳେ ଉତ୍ପାଦନ କ୍ଷେତ୍ରରେ ୩୧% ଶ୍ରମିକ ନିଜର କାମ ଛାଡ଼ିବାକୁ ଚାହୁଁଛନ୍ତି । ଯଦି ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହା  ଦେଖାଯାଏ, ତେବେ ୧୦ଜଣ ପୁରୁଷଙ୍କ ମଧ୍ୟରେ ୬ଜଣ ପୁରୁଷ ଚାକିରି ଛାଡ଼ିକୁ ଇଚ୍ଛୁକ ଥିବା ଜଣାପଡ଼ିଛି ।ଏପରି ଏକ ତଥ୍ୟ ମ୍ୟାନେଜମେଣ୍ଟ କନସଲଟାନ୍ସି ଫାର୍ମ ନମାନ ଏଚଆର ପ୍ରକାଶ କରିଛି  । ବିଭିନ୍ନ ଶିଳ୍ପର ୫ଶହରୁ ଅଧିକ ସଂଗଠନକୁ ଏକ ସର୍ଭେ କରାଯାଇଥିଲା । ଏବଂ ସର୍ଭେରେ ଶ୍ରମିକ ମାନେ କହିଁକି ଚାକିରି ଛାଡ଼ିକୁ ଚାହୁଁଛନ୍ତି ବୋଲି ଜାଣିବାକୁ ଚେଷ୍ଟା କରାଯାଇଥିଲା । ପରେ ପରେ ଦରମା ବୃଦ୍ଧି ବଡ଼ କରଣ ହୋଇଥିବା ଜଣାପଡ଼ିଥିବା ବେଳେ  ୧୫% କର୍ମଚାରୀ ରିପୋର୍ଟିଂ ମ୍ୟାନେଜର କାରଣରୁ ଚାକିରି ଛାଡ଼ିବାକୁ ଇଚ୍ଛୁକ ଥିବା କହିଥିଲେ ।

Spread the love