ବାକି ୨୪ ଲକ୍ଷ ଚାଷୀଙ୍କୁ କେବେ ସରକାର କାଳିଆ ଯୋଜାନରେ ସାମିଲ କରିବେ ସ୍ପଷ୍ଟ କରନ୍ତୁ

ଏବେ ରାଜ୍ୟ ସରକାର କାଳିଆ ଯୋଜନାରେ ୨ୟ କିସ୍ତି ଦେବାକୁ ଯାଉଥିବାବେଳେ ବିଜେପି ରାଜ୍ୟ
ସରକାରକୁ ପଚାରିଛି ୩ଟି ପ୍ରଶ୍ନ ଓ ସରକାରଙ୍କ ପାଖରେ ରଖିଛି ଗୋଟିଏ ଦାବି । ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ସମସ୍ତ କ୍ଷୁଦ୍ର ଚାଷି, ନାମମାତ୍ର ଓ ଭାଗ ଚାଷି, କୃଷି ଶ୍ରମିକକୁ ମିଶାଇ ମୋଟ ୭୫ ଲକ୍ଷ ଚାଷିଙ୍କୁ କାଳିଆ ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମେ ୨୯, ୨୦୧୯ରେ ୫ମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ଘୋଷଣା କରିଥିଲେ । କୁଆଡେ ଗଲା ସେ ପ୍ରତିଶୃତି । ଏବେ ସୁଦ୍ଧା ମାତ୍ର ୫୧ ଲକ୍ଷ
ଚାଷିଙ୍କୁ କାଳିଆ ଯୋଜନାରେ ଅର୍ଥ ଦିଆଯାଇଛି ବୋଲି ସରକାର କହୁଛନ୍ତି । ବାକି ୨୪l ଲକ୍ଷ ଚାଷୀଙ୍କୁ କେବେ ସରକାର କାଳିଆ ଯୋଜାନରେ ସାମିଲ କରିବେ ସ୍ପଷ୍ଟ କରନ୍ତୁ । ମୁଖ୍ୟମନ୍ତ୍ରୀ ତାଙ୍କ କଥା ରଖନ୍ତୁ ।
ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ବଂଚିଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି । ଏବେ ମୁଖ୍ୟମନ୍ତ୍ରୀ କୁହନ୍ତୁ କାଳିଆ ଯୋଜନାରୁ ବଂଚିତ ସେହି ୨୪ ଲକ୍ଷ ଚାଷୀ କେବେ କାଳିଆ ଯୋଜନାରେ ସାମିଲ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବାରମ୍ବାର ଚାଷିଙ୍କ ତାଲିକା ମାଗୁଥିବା ବେଳେ ରାଜ୍ୟ ସରକାର କାହିଁକି ତାଲିକା ନଦେଇ ଓଡିଶାର ଚାଷୀମାନଙ୍କୁ ସେମାନଙ୍କର ଅଧିକାରରୁ କାହିଁକି ବଂଚିତ କରୁଛନ୍ତି ? କେନ୍ଦ୍ର ସରକାର ଓଡିଶାର ୪୫ ଲକ୍ଷ ଚାଷୀଙ୍କୁ କିଷାନ ଯୋଜନାରେ ଅର୍ଥ ଦେବା ପାଇଁ ଚାହୁଁଥିବାବେଳେ ରାଜ୍ୟ ସରକାର ମାତ୍ର ୨୨ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି । ଏବେ କେନ୍ଦ୍ର ସରକାର ସମସ୍ତ ଚାଷୀଙ୍କୁ କିଷାନରେ ଯାଜନାରେ ସାମିଲ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ କହିଛନ୍ତି । ରାଜ୍ୟ ସରକାର ତୁରନ୍ତ ରାଜ୍ୟର ଚାଷୀଙ୍କ ତାଲିକା
କେନ୍ଦ୍ରକୁ ଦିଅନ୍ତୁ ଯାହା ଫଳରେ କେନ୍ଦ୍ରୀୟ ଯୋଜନାର ଓଡିଆ ଚାଷୀ ପାଇପାରିବେ । କାଳିଆ ଯୋଜନାରେ ଅନେକ ବାସ୍ତବ ଚାଷୀଙ୍କୁ ପଇସା ମିଳିନି । ମୋବାଇଲକୁ ମେସେଜ ଆସୁଛି ହେଲେ ବ୍ୟାଙ୍କକୁ ପଇସା ଆସୁନି ଏପ୍ରକାର ଅଭିଯୋଗ ଅଛି । ବାସ୍ତବରେ କେତେ ଚାଷୀଙ୍କୁ କାଳିଆ ଯୋଜନାରେ ପଇସା ମିଳିସାରିଛି ଆଉ କେତେ ଚାଷିଙ୍କୁ ପଇସା ମିଳିବ ତାହା ଆଜି
ଯାଏଁ ବି ସରକାର ଠିକ ଭାବେ କହିପାରୁନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି ଦାବି କରିଛନ୍ତି ଯେ ରାଜ୍ୟ ସରକାର କାଳିଆ ଯୋଜନାରେ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ଯେ କାଳିଆ ଯୋଜନାରେ ସମୁଦାୟ କେତେ ଚାଷି ଆବେଦନ କରିଥିଲେ, ସରକାର କେତେ ଚାଷୀଙ୍କୁ କାଳିଆ ଯୋଜନାରେ ଅର୍ଥ ଦେଲେ ଆଉ କେତେ ଚାଷିଙ୍କୁ ଆଗାମି ଦିନରେ ଦେବେ
? ବାସ୍ତବରେ କେତେ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଅର୍ଥ ଯାଇଛି ? ଏହାର ଏକ ଲେଖା ଯୋଖା ହିସାବ ରାଜ୍ୟ ସରକାର ଏକ ଶ୍ୱେତପତ୍ରରେ ପ୍ରକାଶ କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love