ଏକାମ୍ର ପ୍ରକଳ୍ପର ହେବ ସମୀକ୍ଷା
ଭୁବନେଶ୍ୱର: ଚମକୁଛି ଏକାମ୍ର କ୍ଷେତ୍ର। ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ଯକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ଏକର ଜମିରେ ଚାଲିଛି ଏକାମ୍ର ପ୍ରକଳ୍ପ । ଆଉ ଏହି ପ୍ରକଳ୍ପ କାର୍ଯ୍ଯର ଅଗ୍ରଗତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଯାଇ ସେଠାରେ ପ୍ରକଳ୍ପ କାର୍ଯ୍ଯର ଅନୁଧ୍ୟାନ କରିବେ ।ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏଠାରେ ଏକା ସାଙ୍ଗରେ ୨ଲକ୍ଷ ଲୋକ ହୋଇପାରିବେ ସମବେତ । ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଓରିଏଣ୍ଟସନ୍ କେନ୍ଦ୍ର, ଫୁଡ୍ ପ୍ଲାଜା, ପାର୍କିଂ ସୁବିଧା ରହିବ । ଏହା ସହିତ ସୌନ୍ଦର୍ଯ୍ଯକରଣ ପାଇଁ କାର୍ଯ୍ଯକାରୀ ହେଉଛି ୯ଟି ପ୍ରକଳ୍ପ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ତାଳେଶ୍ୱରରୁ ବଢ଼େଇବାଙ୍କ ଛକ ଯାଏଁ ନୂଆ ରାସ୍ତା ନିର୍ମାଣ ହେବ । ମନ୍ଦିର ଚାରିପଟେ ନିର୍ମାଣ ହେବ ପରିକ୍ରମା ପଥ। ଐତିହ୍ୟ ପୁଷ୍କରିଣୀଗୁଡ଼ିକର ସଂରକ୍ଷଣ ହେବ । ପୂର୍ବରୁ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପାଇଁ ଘୋଷଣା ହୋଇଛି ପ୍ୟାକେ । ଏବଂ ଥଇଥାନ କେନ୍ଦ୍ର, ଲିଙ୍ଗରାଜ ଥାନା, ମନ୍ଦିର ଟ୍ରଷ୍ଟ ବୋର୍ଡ ଅନ୍ୟତ୍ର ସ୍ଥାନାନ୍ତର ହେବ। ଏକାମ୍ର ପ୍ରକଳ୍ପର ସ୍ୱତନ୍ତ୍ର ଡିଜାଇନ୍ ତିଆରି କରିଛନ୍ତି ୧୦ଜଣିଆ ଟିମ୍ ।