ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର,୧୩/୦୨/:ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଆଜି ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀଙ୍କୁ ନେଇ ନବରଙ୍ଗପୁର ଜିଲ୍ଲାପଳଙ୍କ ସମ୍ମିଳନୀକକ୍ଷରେ ଜିଲ୍ଲାର ବିଭିନ୍ନ ବିଭାଗର  ଅଧିକାରୀମାନଙ୍କ ସହ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥବବା ସରକାରଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶେଷକରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଯୋଗ୍ୟ ଚାଷୀଙ୍କ ପଡ଼ି ରହିଥିବା ସମସ୍ତ ଧାନ ଆସନ୍ତା ସପ୍ତାହ ମଧ୍ୟରେ ତୁରନ୍ତ କ୍ରୟ କରାଯାଇ ମଣ୍ଡିରୁ ଉଠାଇବାର ସୁବ୍ୟବସ୍ଥା କରାଇବା ପାଇଁ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସେ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅସଂପୂର୍ଣ୍ଣ ଅବସ୍ଥାରେ ଥିବା କୋଷାଗୁମୁଡ଼ା ବ୍ଲକ୍‌ର କୋଡ଼ିଗାଁ ଓ ଚିର୍ମା ରାସ୍ତାକୁ ସଂଯୋଗ କରୁଥିବା ଇନ୍ଦ୍ରାବତୀ ନଦୀ ଉପରେ ନିର୍ମିତ ବିଜୁ ସେତୁ ଏବଂ ନବରଙ୍ଗପୁର ବ୍ଲକ୍‌ର ଭତ୍ରା ଶିଉନି ଏବଂ ସିରିସୀ ରୋଡ଼ ସଂଯୋଗ କରୁଥବବାରୁ ଟୁରି ନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ କାମ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରୁ ଜିଲ୍ଲା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପ୍ରକି୍ରୟାରେ ଥିବା ୧୪ଟି ରାସ୍ତା ହସ୍ତାନ୍ତର ପ୍ରକ୍ରିୟା ସଂପୂର୍ଣ୍ଣ କରି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ସମୟରେ ଲୋକଙ୍କ ସୁବିଧା ପାଇଁ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ । କୋଷାଗୁମୁଡ଼ା ବ୍ଲକ୍‌ ଅଧୀନସ୍ଥ ଉକିଆପାଲି ଗ୍ରାମ୍ୟ ପଞ୍ଚାୟତ ଅନ୍ତର୍ଗତ ଘାଟବାସୁଲିଠାରେ ଏକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ରାଜ୍ୟ ରିଲିଫ ଆୟୁକ୍ତଙ୍କୁ ଲିଖିତ ପ୍ରସ୍ତାବ ଦେବାପାଇଁ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ କାର୍ଯ୍ୟର ଅବହେଳା ପାଇଁ ଝରିଗାଁ ଲ୍ୟାମ୍ପର ଡାଟା ଏଣ୍ଟି୍ର ଅପରେଟର ଲମ୍ବୋଧର ପଟ୍ଟନାୟକ ଏବଂ କୋଷାଗୁମୁଡ଼ା ଲ୍ୟାମ୍ପର ଡାଟା ଏଣ୍ଟି୍ର ଅପରେଟର ପଦମ ପୂଜାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ସହକାରୀ ନିବନ୍ଧକ ସମବାୟ ସମିତି ସମୂହ (ଏଆର୍‌ସିଏସ୍‌) ବୈଠକରେ ସୂଚନା ଦେଇଥିଲେ।  ଏହି ସମୀକ୍ଷା ବୈଠକରେ ଲୋକସଭା ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭଗବତୀ ଭତ୍ରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିମାଇ ଚରଣ ସୁତାର, ଉପଜିଲ୍ଳାପାଳ ଶ୍ରୀ ଭାସ୍କର ରୋଇତଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ।

Spread the love