ନାଲକୋକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର :ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ ଦ୍ୱାରା ଆୟୋଜିତ ଏକ ଆଭାସୀ ଅଧିବେଶନରେ ନାଲକୋ ସିଏମଡି ଶ୍ରୀ ଶ୍ରୀଧର ପାତ୍ରଙ୍କୁ ୨୩ ମାର୍ଚ୍ଚ ୨୦୨୨ ତାରିଖରେ  ପରିବେଶ ଅନୁକୂଳ କାର୍ଯ୍ୟଶୈଳୀ ପାଇଁ ସମ୍ମାନଜନକ “ଗୋଲ୍ଡେନ୍ ପିକକ୍ ଆୱାର୍ଡ୍ ଫର ସଷ୍ଟେନେବିଲିଟି” ଜାତୀୟ  ପୁରସ୍କାର ପ୍ରଦାନ କରାଯାଇଛି ।ଏହି ଅବସରରେ ଶ୍ରୀ ପାତ୍ର ପରିବେଶ ସୁପରିଚାଳନା ଏବଂ ସଷ୍ଟେନେବଲ୍ ମାଇନିଂ କ୍ଷେତ୍ରରେ ଉତ୍କୃଷ୍ଟ ଅଭ୍ୟାସ ଅନୁପାଳନ ପ୍ରତି କର୍ମଚାରୀମାନଙ୍କର ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲେ । ଏହି ପୁରସ୍କାରଟି  ନାଲକୋ ଦ୍ୱାରା ଅନୁସରଣ କରାଯାଇଥିବା ଉଚ୍ଚମାନର ପରିବେଶ, ସାମାଜିକ ଏବଂ ସୁଶାସନ ରଣନୀତିରସ୍ୱୀକୃତି ଥିଲା। ନାଲକୋର ସମସ୍ତ କର୍ମଚାରୀମାନଙ୍କର କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବର ଏହା ଏକ ମହତ୍ୱପୂର୍ଣ୍ଣ ନିଦର୍ଶନ ଯାହା କମ୍ପାନୀପାଇଁ ଏହି ପୁରସ୍କାର ପ୍ରାପ୍ତିରେ ସହାୟକ ହୋଇଛି ବୋଲି ଶ୍ରୀ ପାତ୍ର ମତବ୍ୟକ୍ତ କରିଛନ୍ତି ।

Spread the love