ଆଫଗାନିସ୍ତାନ ମହିଳାଙ୍କ ପାଇଁ ଚିନ୍ତାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ : କହିଲେ, ‘ସେମାନଙ୍କୁ ବିକ୍ରି କରାଯାଉଛି’

ନୂଆଦିଲ୍ଲୀ ୧୬/୦୮ : ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିନେଇଛି ତାଲିବାନ । ଯାହାର ଫଟୋ ଏବଂ ଭିଡିଓ ଦେଶବାସୀଙ୍କ ମନରେ ଭୟ ସୃଷ୍ଟି କରିବା ସ୍ବାଭାବିକ । ଯେଉଁଥି ପାଇଁ ସମଗ୍ର ବିଶ୍ୱରେ ଲୋକମାନେ ଚିନ୍ତା ପ୍ରକଟ କରୁଥିବା ଦେଖାଯାଉଛି । ଆଫଗାନିସ୍ତାନର ନାଗରିକମାନଙ୍କ ପାଇଁ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଚିନ୍ତିତ ଥିବା ଦେଖାଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଆଫଗାନିସ୍ତାନରେ ହୋଇଥିବା ଅଶାନ୍ତି ବିଷୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ସେଠାକାର ମହିଳାଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ଆଫଗାନିସ୍ତାନର ଦୁଃଖଦ ବିଷୟରେ ରିୟା ଚକ୍ରବର୍ତ୍ତୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ରିୟା କହିଛନ୍ତି ଯେ ‘ଗୋଟିଏ ପଟେ ବିଶ୍ବ ବେତନ ସମାନତା ପାଇଁ ଲଢେଇ କରୁଥିବାବେଳେ ଅନ୍ୟ ପଟେ ଆଫଗାନିସ୍ତାନରେ ମହିଳାଙ୍କୁ ବିକ୍ରି କରାଯାଉଛି । ସେମାନେ ବେତନ ସହ ସମାନ ହୋଇଯାଇଛନ୍ତି ।’ ଏହା ସହ ସେ କହିଛନ୍ତି କି ସେଠାରେ ମହିଳାମାନଙ୍କୁ ବିକ୍ରି କରାଯାଉଛି, ଯାହା ସମଗ୍ର ବିଶ୍ୱ ପାଇଁ ଲଜ୍ଜାଜନକ ଘଟଣା। ଏହା ସହ ରିୟା ଲେଖିଛନ୍ତି- ‘ପିତୃପୁରୁଷକୁ ଭାଙ୍ଗନ୍ତୁ । ମହିଳାମାନେ ମଧ୍ୟ ମଣିଷ’ । ଆଫଗାନିସ୍ତାନରେ ମହିଳା ଏବଂ ସଂଖ୍ୟାଲଘୁଙ୍କ ଅବସ୍ଥା ଦେଖି ମୋର ହୃଦୟକୁ ଗଭୀର ଆଘାତ ପହଞ୍ଚିଛି ।’

ରିୟା ତାଙ୍କ ପୋଷ୍ଟରେ ମାନବିକ ସଙ୍କଟ ସମୟରେ ଏକଜୁଟ ହେବାକୁ ବିଶ୍ୱର ନେତାମାନଙ୍କୁ ନିବେଦନ କରିଛନ୍ତି। ଅଭିନେତା କରଣ ଟାକର ମଧ୍ୟ ଏହି ପ୍ରସଙ୍ଗରେ ପୋଷ୍ଟ କରି ଲେଖିଛନ୍ତି- ‘ଲଜ୍ଜାଜନକ ମାନବିକତା । ସାରା ବିଶ୍ବ ଚୁପ୍‌ଚାପ୍ ବସି କେବଳ ଦେଖୁଛି ।’ ଏହା ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆଫଗାନିସ୍ତାନବାସୀଙ୍କ ପାଇଁ ପ୍ରାର୍ଥନା । ବିଦେଶ ଶକ୍ତିମାନଙ୍କ ମହତ୍ତ୍ବାକାଂକ୍ଷୀଙ୍କ ପାଇଁ ଗୋଟିଏ ଦେଶ ବର୍ବାଦ ହୋଇଯାଇଛି ।

Spread the love