ଭୋକରେ ଥାଇ ଚୀନ୍ ଭାରତକୁ ଦେଉଛି ଯୁଦ୍ଧ ଧମକ

ଚୀନ୍ ଭାରତକୁ ପ୍ରତି ମୁହୁର୍ତ୍ତ ରେ ଧୋକା ଦେବା ରେ ଲାଗିଛି । ନିଜର ବିସ୍ତାରବାଦୀ ନୀତି ଦେଖାଇ ଗଲୱାନ ଅଚଂଳରେ ଯୁଦ୍ଧ ପରିସ୍ତିତି ସୃଷ୍ଟି କରିଥିଲା ଯାହାଫଳ ରେ ଭାରତ ର ଅନେକ ଯବାନ ସହିଦ୍ ହୋଇଥିବା ବେଳେ ଚୀନ୍ ପଟୁ ମଧ୍ୟ ୪୦ରୁ ଅଧିକ ସୌନିକ ମୃତ୍ୟୁବରଣ କରିଥିଲେ । ହେଲେ ଚୀନ୍ ଏହାକୁ ମାନିବାକୁ ରାଜି ହେଇନଥିଲା ପରେ କରୋନା ଭାଇରସ୍ ନାମକ ଭୟାନକ ଭୁତାଣୁ କୁ ସୃଷ୍ଟି କରିଥିଲା ଯାହା ଏବେ ସମଗ୍ର ଦେଶ ଏହାର ଫଳ ଭୋଗୁଛି । କରୋନା କାଳରେ ସାହାର‌୍ୟ୍ୟ କରିବା ବାହାନା ରେ ବିଭିନ୍ନ ପ୍ରକାରର ନିମ୍ନମାନର କରୋନା କିଟ୍ ସାମଗ୍ରୀ ମାନ ପ୍ରଦାନ କରିଥିଲା । ଯାହା ଭାରତର ଯାଂଚରେ ଅନେକ କିଟ୍ ଫେଲ୍ ହୋଇଛି । ପ୍ରାୟ ୬୩ ହଜାର କିଟ୍ ଟେଷ୍ଟରେ ଫେଲ୍ ହୋଇଥିବା ଜଣାପଡିଛି । ତେବେ ବିଶ୍ୱକୁ ବିପଦ ରେ ପକାଊଥିବା ଚୀନ୍ ଏବେ ନିଜେ ବିପଦରେ ପଡ଼ିଛି ।

କରୋନା କାଳରେ ଭାରତର ଅର୍ଥନୀତି ର ଗ୍ରାଫ ତଳମୁହାଁ ହୋଇଥିଲେ ମଧ୍ୟ ଦେଶର କୃଷି ଉତ୍ସାହ ଜନକ ରହିଛି । ଏହାର ଉଦାହରଣ ହେଉଛି ଭାରତରୁ ବିପୁଳ ପରିମାଣ ଚାଉଳ ରପ୍ତାନୀ । ଗତ ୬ମାସରେ ଭାରତର ଚାଉଳ ରପ୍ତାନୀ ୭୦% ବଢି ୭.୫ ମିଲିୟନ ଟନ୍ ରେ ପହଂଚିଛି । ଖାଦ୍ୟ ପଦାର୍ଥ ନଷ୍ଟ ନକରିବା ଲାଗି ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ଲୋକମାନଙ୍କୁ ଅନୁରୋଧ କରିବା ପରେ ଚୀନ୍ ରେ ଖାଦ୍ୟ ଅଭାବ ଦେଖାଦେଇଛି । ସ୍ଥିତି ଯେପରି ନିୟନ୍ତ୍ରଣ ବାହାରକୁ ନଯାଞ ସେଥିଲାଗି ଚୀନ୍ ସରକାର ଯୁଦ୍ଧକାଳୀନ ଭିତ୍ତି ରେ ଖାଦ୍ୟଶସ୍ୟ ଆମଦାନୀ ଲାଗି ପଦକ୍ଷେପ ନେଇଛନ୍ତି । ବିଶ୍ୱରେ ଯେଉଁଠି ଯାହା ମିଳୁଛି ତାକୁ ହାତେଇବା ପାଇଁ ଚୀନ୍ ପୁଣା ତତ୍ପର ହୋଇ ଉଠିଛି । କାରଣ କୋଭିଡ଼୍ , ମହାମାରୀ , ମରୁଡ଼ି , ବାତ୍ୟାଯୋଗୁଁ ଓ ଅନ୍ୟାନ୍ୟ ଦୁର୍ବିପାକ କାରଣ ରୁ ଉପ୍ୱାଦନ ହ୍ରାସ ପାଇଛି । ବଳକା ଖାଦ୍ୟ ଉପ୍‌ଦନକାରୀ ଦେଶ ଏବେ ନିଜ ନିଜର ଚାହିଦା ମେଣ୍ଟାଇବା ପାଇଁ ସଙ୍ଗ୍ରାମ କରୁଛନ୍ତି ।

 ଏହାଫଳରେ ବିଶ୍ୱ ବଜାରରେ ଖାଦ୍ୟଶସ୍ୟର ଦର ମଧ୍ୟ ବୃଦ୍ଧି ପାଇଛି ।

ଯାହା ଏବେ ଚୀନ୍ ସରକାର ଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟ । ହୋଇଛି । ୧୪୦ କୋଟି ଲୋକ ଙ୍କୁ କିପରି ଖାଦ୍ୟ ଯୋଗାଇବେ ତାକୁ ନେଇ ଚୀନ୍ ସରକାର ଙ୍କ ଚିନ୍ତା ବଢିଯାଇଛି । ତେବେ ଭୋକରେ ଥାଇ ଯୁଦ୍ଧ ଧମକ ଯେଉଥିବା ଚିନ୍ ଏବେ ଦୀର୍ଘ ୩ ଦଶନ୍ଧି ବ୍ୟବଧାନ ପରେ ଭାରତଠାରୁ ପ୍ରଥମ ଥର ପାଇଁ ଚାଉଳ କିଣିଛି । ଚୀନ୍‌କୁ ବିଭିନ୍ନ ରାଷ୍ଟ୍ରରୁ ଚାଉଳ ଯୋଗାଣ ହ୍ରାସ ପାଇବା ଏବଂ ଭାରତରୁ ଅଧିକ ରିହାତିରେ ମିଳିବା କାରଣରୁ ଚୀନ୍‌ର ମନ ବଦଳିଛି । ଭାରତୀୟ ଚାଉଳ ଉପରେ ଏହାର ଭରସା ବଢ଼ିଛି । ଏବେ ପୁଣି ଏଠାରୁ ଆମଦାନି ଆରମ୍ଭ କରି ଦେଇଛି ।ଶିଳ୍ପ ବିଭାଗ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି ।

ଅଧିକାରୀଙ୍କ ମୁତାବକ ଚାଉଳ ରପ୍ତାନିରେ ଭାରତ ସବୁଠୁ ଆଗରେ ରହିଥିବା ବେଳେ ସର୍ବାଧିକ ଆମଦାନିକାରୀ ରାଷ୍ଟ୍ର ମଧ୍ୟରେ ଚୀନ୍ ‌ଶୀର୍ଷରେ ରହିଛି । ବର୍ଷକୁ ଏହା ପାଖାପାଖି୪୦ ଲକ୍ଷ ଟନ୍ ଚାଉଳ ଆମଦାନି କରିଥାଏ । କିନ୍ତୁ ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇ ଏହା ଭାରତରୁ ଆମଦାନି ବନ୍ଦ କରିଦେଇଥିଲା ।ଏବେ ଅନନ୍ୟୋପାୟ ହୋଇ ଭାରତ ଉପରେ ଭରସା କରିଛି । ସୀମା ଅଞ୍ଚଳରେ ଦୁଇ ଦେଶ ମଧ୍ୟରେ ବିବାଦ ଲାଗିରହିଛି । ଗଲୱାନରେ ଉଭୟ ପକ୍ଷ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ଚାଉଳ କାରବାର ଦୁଇ ଦେଶ ମଧ୍ୟରେ ଦୂରତା କମାଇବ ବୋଲି ଆଶା କରାଯାଉଛି । ଚାଉଳ ରପ୍ତାନିକାରୀ ସଂଘର ସଭାପତିବି.ଭି. କ୍ରିଷ୍ଣା ରାଓ କହିଛନ୍ତି, କିଛିଦିନ ତଳେ ଭାରତ ଠାରୁ ଚାଉଳ କିଣିବା ପାଇଁ ଚୀନ୍‌ଆଗ୍ରହ ଦେଖାଇଥିଲା । ଏଥିପାଇଁ ଘରୋଇ ରପ୍ତାନିକାରୀ ପ୍ରସ୍ତୁତ ବୋଲି କହିଥିଲେ । ଆସନ୍ତା ବର୍ଷ ଅଧିକ ଚାଉଳ ନେବାକୁ ସେମାନେ ଯୋଜନା କରୁଛନ୍ତି । ତା’ଛଡ଼ାଭାରତୀୟ ଚାଉଳର ଗୁଣବତ୍ତାକୁ ନେଇ ଏବେସେମାନଙ୍କ ମନରେ କୌଣସି ସନ୍ଦେହ ନାହିଁବୋଲି ଚୀନ୍ ଆମଦାନିକାରୀ କହିଛନ୍ତି ।

Spread the love