ଭାରତର ଶ୍ରେଷ୍ଠ 10 ଧନୀ କ୍ରିକେଟର
ଭାରତରେ କ୍ରିକେଟ ଜାତୀୟ ଖେଳ ନହେଲେ ମଧ୍ୟ ଏହାର ଲୋକପ୍ରିୟତା ବହୁ ଉର୍ଧରେ । କାରଣ ଭାରତର ପ୍ରାୟ ସମସ୍ତେ କ୍ରିକେଟ ଖେଳକୁ ପସନ୍ଦ କରନ୍ତି । ତେବେ ଖେଳାଳୀ ମାନଙ୍କୁ ମଧ୍ୟ ବହୁ ସମ୍ମାନ ଦିଆଯାଇଥାଏ । କାରଣ କ୍ରିକେଟରେ ଭଲ ବ୍ୟବସାୟ ହୋଇପାରେ । ଏହି ପରିପ୍ରେକ୍ଷିରେ ଖେଳାଳୀଙ୍କୁ ମଧ୍ୟ ବହୁତ ପଇସା ମିଳିଥାଏ । ତେବେ ଆସନ୍ତୁ ନଜର ପକାଇବା ଭାରତରେ ଥିବା ଧନୀ କ୍ରିକେଟରଙ୍କ ଉପରେ ।
- ସଚିନ ତେନ୍ଦୁଲକର, ସଚିନ ତେନ୍ଦୁଲକର ଭାରତରେ ଥିବା ସମସ୍ତ ଖେଳାଳୀଙ୍କ ଠାରୁ ଅଧିକ ଧନୀ । ସଚିନଙ୍କୁ କ୍ରିକେଟ ଜଗତର ଭଗବାନ ବୋଲି କୁହାଯାଉଛି। ତାଙ୍କ ନିକଟରେ 1066କୋଟି ସମ୍ପତ୍ତି ଥିବା ଜଣାପଡିଛି।
- ମହେନ୍ଦ୍ର ସିଂ ଧୋନୀ, ଜଣେ ସଫଳ ଅଧିନାୟକ ଓ ବ୍ୟାଟ୍ସମ୍ୟାନ ଭାବେ ସାରା ବିଶ୍ୱରେ ଜଣାଶୁଣା ଧୋନୀ । ତାଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱକପ ଜିତିବାରେ ସଫଳ ହୋଇଛି । ତାଙ୍କୁ ବେଷ୍ଟ ମ୍ୟାଚ ଫିନିସର ଏବଂ କ୍ୟାପଟେନ କୁଲ ଭାବେ ଆମେ ଜାଣିଥାଉ। ଆଇପିଏଲରେ ଚେନ୍ନାଇ ତରଫରୁ ଅଧିନାୟକତ୍ୱ କରୁଥିବା ବେଳେ ସେ ଅଧିକଥର ଫାଇନାଲ ଜିତିଛନ୍ତି । ତେବେ ଏଥିରୁ ଅନୁମାନ କରିପାରୁଥିବେ ତାଙ୍କ ସମ୍ପତ୍ତି ଉପରେ । ତାଙ୍କ ନିକଟରେ 734 କୋଟି ଟଙ୍କାଥିବା ଜଣାଯାଇଛି।
- ବିରାଟ କୋହଲି, ସାରା ବିଶ୍ୱରେ ଚର୍ଚ୍ଚିତ ବ୍ୟାଟ୍ସମ୍ୟାନ ଭାବେ ଉଭା ହୋଇଛନ୍ତି ବିରାଟ । ତାଙ୍କର ଆକ୍ରାମକ ବ୍ୟାଟିଂ ଶୈଳୀଯୋଗୁଁ ସେ ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି । ତଗବର୍ଷ ସେ ବଲିଉଡର ସପୁରହିଟ ନାୟିକା ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି । ତାଙ୍କ ପାଖରେ 390 କୋଟି ଟଙ୍କାଥିବା ଏକ ରିପୋର୍ଟରୁ ଜଣାପଡିଛି ।
- ବିରେନ୍ଦ୍ର ସେହ୍ବାଗ, ଏହି ମହାନ ଖେଳାଳୀ ଜଣକ ହେଉଛନ୍ତି ଦିଲ୍ଲୀର ନଜଫଗଡର ନବାବ। ସେ କ୍ରିଜରେ ଥିବାବେଳେ ଯେ କୌଣସି ବୋଲରଙ୍କ ଝାଳ ବାହାରିପଡେ । ମଇଦାନରେ ଥିବା ବେଳେ ପ୍ରଥମ ବଲରେ ସେ ଛକା କିମ୍ବା ଚୌକାରେ ଖାତା ଖୋଲିଥିବା ବହୁବାର ଦେଖିବାକୁ ମିଳିଛି । ତାଙ୍କ ପାଖେ 255 କୋଟି ଟଙ୍କା ଥିବା ଜଣାପଡିଛି ।
- ୟୁସୁଫ ପଠାନ, ଅନ୍ତର୍ଜାତୀୟ କ୍ୟାରିୟରରେ ବେଶିଦିନ ନଥିଲେ ବି କମ ସମୟ ଭିତରେ କ୍ରିକେଟ ପ୍ରେମୀଙ୍କ ମନ ଜିତିଛନ୍ତି ପଠାନ ବ୍ରଦର୍ସ ୟୁସୁଫ । ସେ ଭାରତୀୟ କ୍ରିକେଟ ଜଗତର ବିସ୍ଫୋରକ ଖେଳାଳୀଙ୍କ ମଧ୍ୟରୁ ଜଣେ । ତାଙ୍କ ନିକଟରେ ପାଖାପାଖି 180 କୋଟି ଟଙ୍କା ଥିବା ଏକ ସୂତ୍ରରୁ ଜଣାଯାଇଛି ।
- ସୁରେସ ରାଇନା, ଯୁବ ଖେଳାଳୀ ସୁରେସ ରାଇନାଙ୍କ ନିକଟରେ 150 କୋଟି ଟଙ୍କା ଥିବା ଜଣାପଡିଛି ।
- ଯୁବରାଜ ସିଂହ, 2011 ବିଶ୍ୱକପର ହିରୋ ଯୁବରାଜ ସିଂହଙ୍କ ନିକଟରେ 146 କୋଟିର ସମ୍ପତ୍ତି ରହିଛି ।
- ରୋହିତ ଶର୍ମା, ମୁମ୍ବାଇ ଇଣ୍ଡିଆନ୍ସର ହିରୋ ରୋହିତ ଶର୍ମାଙ୍କ ନିକଟରେ 130 କୋଟି ଟଙ୍କା ରହିଛି ।
- ଗୌତମ ଗମ୍ଭୀର, କ୍ରିକେଟର ତଥା ରାଜନୀତିରେ ଯୋଗ ଦେଇଥିବା ଗୌତମ ଗମ୍ଭୀରଙ୍କ ନିକଟରେ 101 କୋଟି ଟଙ୍କା ରହିଛି ।
- ସୌରଭ ଗାଙ୍ଗୁଲି, ବିଶ୍ୱର ଲୋକପ୍ରିୟ ଖେଳାଳୀ ତଥା ବଙ୍ଗାଲି ଦାଦା ସୌରଭ ଗାଙ୍ଗୁଲିଙ୍କ ନିକଟରେ 99 କୋଟି ଟଙ୍କା ଥିବା ଏକ ସୂତ୍ରରୁ ଜଣାପଡିଛି ।