କଣାସ ବନ୍ୟା ବିପନ୍ନଙ୍କୁ ରିଲିଫ ପ୍ରଦାନ

ପୁରୀ: ପୁରୀ ଜିଲ୍ଲାର ଅଗ୍ରଣୀ ସେବା ସଂଗଠନ ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ଗତ ୧୮ତାରିଖ ଡୋନାକ୍ଟ ଓ କମ୍ୟୁନିଟି ଏକ୍ସନ କ୍ଲବଙ୍କ ବନ୍ୟା କ୍ଲିଷ୍ଟ ପରିବାରକୁ ରେସନ କିଟ୍ ବଂଟନ କରିଛନ୍ତି ।
ସୂଚନାଥାଉ କି, ପୁରୀ ଜିଲ୍ଲା କଣାସ ବ୍ଲକ ଅଧିନସ୍ଥ ସାହୁପଡା ଓ କାଦୁଆ ଗ୍ରାମ ପଂଚାୟତ ଅଧିନସ୍ଥ ଟାଇଁଲୋ, ସୁନାଖଳା ଓ କଉଡିଖଣି ଗ୍ରାମର ୨୫୦ବନ୍ୟା କ୍ଲିଷ୍ଟ ପରିବାକୁ ରାସନ ସାମଗ୍ରି ବଂଟନ କରାଯାଇଛି । ଦୟାନଦୀ ବନ୍ଧରେ ଘାଇ ସୃଷ୍ଟି ହେବା ଫଳରେ ଉପରୋକ୍ତ ଗ୍ରାମ ଗୁଡିକ ଦୀର୍ଘ ୧ମାସ ଧରି ପାଣିଘେରରେ ରହିଥିଲେ । ଏନେଇ ଉକ୍ତ ଗ୍ରାମବାସୀଙ୍କ ରହିଥିା ପରିବାର ବର୍ଗଙ୍କୁ ୫କେଜି ଚାଉଳ, ମାଣ୍ଡିଆ, ରିଫାଇନ, ଲୁଣ, ଲଙ୍କା, ହଳଦୀ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଗୋପବନ୍ଧୁ ସେବା ପରିଷଦ ଜିଲ୍ଲା ସଂଯୋଜକ ଏଲିନା ମିଶ୍ରଙ୍କ ନେତୃତ୍ୱରେ ସବିତା ରଥ, ଜି ନାରାୟଣ ରାଓ, କୃପା ରାଓ, ବିସ୍ମୟ ମିଶ୍ର ଓ ସୁଶ୍ରୀ ସୁଭସ୍ମିତା ପରିଜା ପ୍ରମୁଖ ପରିଚାଳନା କରିଥିଲେ ।

Spread the love