ପୁଣି ୫ ଦିନିଆ ରିମାଣ୍ଡରେ ଗଲା ଠକ ରମେଶ, ଏଥର ହୋଇପାରେ ପଲିଗ୍ରାଫ୍‌ ଟେଷ୍ଟ

ଠକ ରାମେଶକୁ ପୁଣି ଥରେ ରିମାଣ୍ଡରେ ନେବ ପିଙ୍କ୍‌ ଟିମ। ତାକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି। ପତ୍ନୀ ବୋଲି ଦାବି କରୁଥିବା ଗୌହାଟୀର ମହିଳାଙ୍କ ଅଭିଯୋଗ କ୍ରମେ ରମେଶ ତାଙ୍କୁ ୨୧ ଲକ୍ଷ ଟଙ୍କା ଠକିଥିଲେ।

ରାମେଶର ଅପରାଧ ତାଲିକା ବଢ଼ିବାରେ ଲାଗିଥିବାରୁ ଅଧିକ ତଥ୍ୟ ହାସଲ ପାଇଁ ତାକୁ ରିମାଣ୍ଡରେ ଆଣି ପଚରାଉଚୁରାକରିବ ପିଙ୍କ୍‌ ଟିମ। ୫ ଦିନ ରିମାଣ୍ଡରେ ରମେଶକୁ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ତେବେ ପୋଲିସ ୭ ଦିନ ରିମାଣ୍ଡ ଲାଗି ଆବେଦନ କରିଥିଲା । ଏହି ରିମାଣ୍ଡ ବେଳେ ରମେଶର ହବ ପାଲିଗ୍ରାଫ ଟେଷ୍ଟ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।

ରମେଶଙ୍କ ବିରୋଧରେ ଠକେଇ ଅଭିଯୋଗ ସଂଖ୍ୟା ବଢ଼ି ଚାଲିଛି । ପାହାଳରେ ରମେଶର ଏକ ଜାଗାରେ ବାଉଣ୍ଡାରୀ ବୁଲେଇବାକୁ କହି ଠିକାଦାରଙ୍କୁ ଠକିଛି ୭୦ ହଜାର ଟଙ୍କା। ଠିକାଦାର ଉପେନ୍ଦ୍ର ମହାରଣା ପାହାଳ ଥାନାରେ ଓ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ରମେଶ ନିଜ ଜମିରେ ୩ ମହଲା କୋଠା କରିବା କଥା ଠିକାଦାରଙ୍କୁ କହିଥିଲେ। ସେ ଜାଗାର ମାଲିକାନା ରମେଶ କି ନୁହେଁ ପୋଲିସ ତାର ଯାଞ୍ଚ କରିବ ।
ଏବେ ସୁଦ୍ଧା ଓଡ଼ିଶାରେ ବିଭିନ୍ନ ଥାନାରେ ରମେଶ ନାଁରେ ୧୫ଟି ମାମଲା ରୁଜୁ ହୋଇଛି। ଆହୁରି ମଧ୍ୟ ରମେଶ ନକଲି କାଗଜ ପତ୍ର ଦେଇ କାର କିଣିଥିଲେ। ସେ ନେଇ ସହିଦ ନଗର ଥାନାରେ ମାମଲା ରୁଜୁ ହୋଇଛି।

Spread the love