କ୍ୟାପିଟାଲ ରିଜିଅନ ରିଙ୍ଗ୍‍ ରୋଡ୍‍ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୨୨/୪ : ଜାତୀୟ ରାଜପଥ-୧୬ ସହିତ ସମାନ୍ତରାଳ ଭାବେ ପ୍ରତିଷ୍ଠା ହେବାକୁ ଯାଉଥିବା ୧୧୧.୨ କିଲୋମିଟର ଦୈର୍ଘ୍ୟର କ୍ୟାପିଟାଲ ରିଜିଅନ ରିଙ୍ଗ୍‍ ରୋଡ (ସିଆରଆରଆର) କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁେମୋଦନ କରିଛନ୍ତି। ଏହି ସମାନ୍ତରାଳ ରିଙ୍ଗରୋଡ୍‍ ଖୋରଧା ବାଇପାସ୍‍ -ଭୁବନେଶ୍ୱର -ଆଠଗଡ ସହର–କଟକ ସହରାଞ୍ଚଳକୁ ସଂଯୋଗ କରିବ। ଜାତୀୟ ରାଜପଥ-୧୬ର ରାମେଶ୍ୱର ନିକଟରୁ ଏହି ରିଙ୍ଗ ରୋଡ୍‍ ବାହାରି ଜାତୀୟ ରାଜପଥ-୫୫ର ଗୋବିନ୍ଦପୁର ବାଟ ଦେଇ ଟାଙ୍ଗି ନିକଟରେ ପୁନର୍ବାର ଜାତୀୟ ରାଜପଥ-୧୬କୁ ସ୍ପର୍ଶ କରିବ। କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍‍ଟି ମୁଖ୍ୟତଃ ୬ଲେନ୍‍ ବିଶିଷ୍ଟ ହେବ ଏବଂ ମହାନଦୀ ଉପରେ ମଧ୍ୟ ୬ଲେନ୍‍ର ସେତୁ ନିର୍ମାଣ କରାଯିବ। ଏହି ସମସ୍ତ ନିର୍ମାଣ କାର୍ଯ୍ୟ ନୂତନ ଭାବେ କରାଯିବା ସହିତ ଜମି ଅଧିଗ୍ରହଣ ସମୟରେ ଅତି କମ୍‍ ପରିମାଣରେ ଜଙ୍ଗଲ, ସବୁଜ ବଳୟ ଏବଂ ଗ୍ରାମଗୁଡିକୁ ପ୍ରଭାବିତ କରିବ । ଏହା ରିଙ୍ଗ ରୋଡ୍‍ ଦ୍ୱାରା ଜାତୀୟ ରାଜପଥ- ୧୬ ଉପରୁ ବହୁ ପରିମାଣରେ ଟ୍ରାଫିକ ଭିଡ ହ୍ରାସ ପାଇବ ରାଜଧାନୀ ଓ ଏହାର ଆଖପାଖ ଇଲାକାର ସାମାଜିକ ଓ ଆର୍ଥିକ ବିକାଶରେ ଏହି ରିଙ୍ଗରୋଡ୍‍ ବେଶ୍‍ ଗୁରୁତ୍ୱପୂର୍ଣର୍ ଭୂମିକା ଗ୍ରହଣ କରିବ। ଏଥିସହିତ ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ଏହା ବ୍ୟବସାୟିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ । ରିଙ୍ଗ ରୋଡ୍‍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସକାଶେ ରାଜ୍ୟ ସରକାର ବଜେଟରେ ୬୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରିଥିବାବେଳେ ଅଢେଇ ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Spread the love