ଋଷି କୁମାର ଶୁକ୍ଳା ସିବିଆଇର ନୂଆ ନିର୍ଦେଶକ

ମଧ୍ୟପ୍ରଦେଶର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଋଷି କୁମାର ଶୁକ୍ଳାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ତାଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରାଯାଇଛି।

ଏହି ନୂତନ ନିଯୁକ୍ତି ସହିତ ସିବିଆଇ ମୁଖ୍ୟ ପଦକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅବସାନ ଘଟିଛି। 1983 ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଶୁକ୍ଳା ମଧ୍ୟପ୍ରଦେଶର ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଡିଜି ପଦରୁ ହଟାଇ ପୁଲିସ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ଏବଂ ସଂପ୍ରତି ସେ ଏହି ପଦରେ ଅଛନ୍ତି।

ସେ ଦୁଇବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ। ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଝଗଡ଼ାକୁ ନେଇ ସିବିଆଇରେ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାକୁ ସଜାଡ଼ିବା ହେବ ତାଙ୍କ ପାଇଁ ବଡ଼ ଚାଲେଞ୍ଜ।

Spread the love