ଏପ୍ରିଲରୁ ଔଷଧର ଦର ବୃଦ୍ଧି

ନୂଆଦିଲ୍ଲୀ:ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ହୋଇଥିଲା ମାତ୍ର ଏବେ ଔଷଧର ଦାମ ମଧ୍ୟ ବଢ଼ିବାକୁ ଯାଉଛି । ପାରାସିଟାମଲ ସମେତ ୮୦୦ରୁ ଅଧିକ ପ୍ରକାରର ଔଷଧର ଦର ୧୦ ପ୍ରତିଶତ ବଢ଼ିବ ।ଏପ୍ରିଲ ରୁ ପେନକିଲର ଓ ଆଣ୍ଟି ବାୟୋଟିକ ଭଳି ପାରସିଟାମଲ ଫିନାଇଟୋଇନ ସୋଡିୟମ, ମେଟ୍ରୋନିଡାଜୋଲ ଭଳି ଅତ୍ୟାବଶ୍ୟକ ଔଷଧ ମହଙ୍ଗା ହୋଇଯିବ ।କରୋନା ମହାମାରୀ ପରେ ଫାର୍ମା ଇଣ୍ଡଷ୍ଟ୍ରୀ ଔଷଧର ଦର ବଢ଼ାଇବା ନେଇ ଲଗାତାର ଦାବି କରିଆସୁଥିଲା । ଏନପିପିଏ ଶେଡ୍ୟୁଲ ଡ୍ରଗ୍ସ ପାଇଁ ଦର ୧୦.୭ ପ୍ରତିଶତ ବୃଦ୍ଧିକୁ ମଂଜୁରୀ ଦେଇଛି ।

ଫାର୍ମା ଇଣ୍ଡଷ୍ଟ୍ରୀର ବିଶେଷଜ୍ଞଙ୍କ କହିବା ଅନୁସାରେ ଗତ ୨ ବର୍ଷ ମଧ୍ୟରେ କିଛି ପ୍ରମୁଖ ଏପିଆଇର ଦର ୧୫ରୁ ୧୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ସାରିଛନ୍ତି । ପାରାସିଟାମଲର ଦର ୧୩୦ ପ୍ରତିଶତ ବୃଦ୍ଧି ହୋଇଛି । ସିରପ ଓ ଓରଲ ଡ୍ରପ ସହିତ ଅନ୍ୟ ଔଷଧ ଏବଂ ମେଡିକାଲ ସାମଗ୍ରୀରେ ବ୍ୟବହୃତ ହେଉଥିବା ଗ୍ଲିସରୀନ ଦର ୨୬୩ ପ୍ରତିଶତ ଏବଂ ପପିଲନ ଗ୍ଲାଇକୋଲର ଦର ୮୩ ପ୍ରତିଶତ ବଢ଼ିଛି । ଏହି ସବୁ କାରଣରୁ ଫାର୍ମା କଂପାନୀଗୁଡ଼ିକ କେନ୍ଦ୍ର ସରକାରଙ୍କ ନିକଟରେ ଔଷଧର ଦର ବୃଦ୍ଧି ପାଇଁ ଦାବି କରିଥିଲେ ।

Spread the love