ଓଡ଼ିଶାରେ ସଡ଼କ ଦୁର୍ଘଟଣା ୭.୫୬ ପ୍ରତିଶତ, ମୃତ୍ୟୁ ହାର ୬.୨୪%କୁ ହ୍ରାସ

କଟକ: ଓଡିଶାରେ ଗତବର୍ଷର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଛି। ସଡ଼କ ଦୁର୍ଘଟଣା ୭.୫୬ ପ୍ରତିଶତ କମ ହୋଇଥିବା ବେଳେ ମୃତ୍ୟୁ ହାର ୬.୨୪କୁ ହ୍ରାସ ପାଇଛି। ରାଜ୍ୟରେ ଦ୍ୱିତୀୟ ତ୍ରୈମାସିକରେ ୨୮୯୭ଟି ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୧୩୪ଟି ଦୁର୍ଘଟଣାରେ ୧୪୯୦ ଜଣଙ୍କର ମୃତ୍ୟୁ ଘଟିଥିଲା। ସଡ଼କ ଦୁର୍ଘଟଣା ଆଘାତ କ୍ଷେତ୍ରରେ, ଏ ବର୍ଷ ସମୁଦାୟ ୨୫୭୨ ଜଣ ଲୋକ ଆହତ ହୋଇଛନ୍ତି ଯାହାକି ୨୦୨୨ରେ ୨୮୭୧ ଜଣ ଥିଲେ।

ସଡକ ସୁରକ୍ଷା ଯୁଗ୍ମ କମିସନର ପରିବହନ ପିକେ ମହାନ୍ତି କହିଛନ୍ତି ଯେ “ଓଡ଼ିଶା ପୁଲିସର ସହଯୋଗରେ ପରିବହନ ବିଭାଗ ପ୍ରତ୍ୟେକ ମଙ୍ଗଳବାର ଦିନ ଟ୍ରାଫିକ ନିୟମ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଦିବସ ପାଳନ କରୁଛି। ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ଲାଗୁ ହେତୁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ ପାଇଛି।”

ଏହା ଉଲ୍ଲେଖଯୋଗ୍ୟ ଯେ ସଡ଼କ ଦୁର୍ଘଟଣାର ମୃତ୍ୟୁକୁ ହ୍ରାସ କରିବା ପାଇଁ ଏକ ସଚେତନତା-କାର୍ଯ୍ୟାନୁଷ୍ଠାନ ଅଭିଯାନର ଏକ ଅଂଶ ଭାବରେ ଏପ୍ରିଲ ୧ରୁ ୭ଟା ପର୍ଯ୍ୟନ୍ତ ‘ଜିରୋ ଫ୍ୟାଟିଲିଟି ସପ୍ତାହ’ ପାଳନ କରାଯାଇଥିଲା। ଗତ ବର୍ଷର ସମାନ ସମୟ ତୁଳନାରେ ଜିରୋ ଫ୍ୟାଟିଲିଟି ସପ୍ତାହରେ ଦୁର୍ଘଟଣାରେ ୩୩.୧୫% ହ୍ରାସ ଏବଂ ମୃତ୍ୟୁ ହାରରେ ୧୫% ହ୍ରାସ ଘଟିଛି। ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଜନସାଧାରଣଙ୍କୁ ସଚେତନ କରିବା ହେଉଛି “ସଡ଼କ ସୁରକ୍ଷା କ୍ଷେତ୍ରରେ ସମସ୍ତେ ଯୋଗଦାନ ଦେଲେ ଦୁର୍ଘଟଣା ନିଶ୍ଚିତ ଭାବେ ହ୍ରାସ ପାଇବ।”

Spread the love