ପିପିଲି ଟୋଲ୍‌ ଗେଟ୍‌ରେ ରାସ୍ତାରୋକ

ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ରଖି ନ୍ୟାୟ ଦାବିରେ ପୁରୀ-ଭୁବନେଶ୍ୱରର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ୍‌ ଗେଟ୍‌ ନିକଟରେ ରାସ୍ତାରୋକ କଲେ ସ୍ଥାନୀୟଲୋକେ । ଉଭୟ ପଟେ ଅଟକିଛି ରହିଛି ଶହ ଶହ ଗାଡ଼ି । ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା । ପିପିଲି ଏସ୍‌ଡିପିଓ ଏବଂ ଆଇଆଇସି ପହଞ୍ଚି ସ୍ଥାନୀୟଲୋକଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି ।ସୂଚନା ଅନୁଯାୟୀ, ପିପିଲି ଗୋବିନ୍ଦପୁର ଅନ୍ତର୍ଗତ ମାଟିଆପଡ଼ା ଗାଁର ସୁମିତ୍ରା ଜେନାଙ୍କ ପୁଅ ସୌମ୍ୟରଞ୍ଜନ ଦଶମ ଶ୍ରେଣୀର ଛାତ୍ର ପଢୁଥିଲା । କିନ୍ତୁ ଗତ ୭ତାରିଖ ଦିନ ସନ୍ଧ୍ୟା ୬ଟା ପରଠାରୁ ସେ ନିଖୋଜ ଥିଲେ । ପରଦିନ  ୧୧ଟା ସମୟରେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌମ୍ୟରଞ୍ଜନଙ୍କ ମୃତଦେହ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅନ୍ତର୍ଗତ କନ୍ତିଆକଣ୍ଟା ସ୍ଥିତ ରେଳଲାଇନରେ ପଡ଼ିଥିବାର ଘର ଲୋକଙ୍କୁ ଖବର ଦେଇଥିଲେ ।

ତେବେ ମୃତ ସୌମ୍ୟରଞ୍ଜନ ଉକ୍ତ ଅଞ୍ଚଳର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଥିଲା।  ଯାହାକି ତାଙ୍କ ମୋବାଇଲ ମେସେଜରୁ ଜଣାପଡିଛି ବୋଲି ଏତଲାରେ ଦର୍ଶାଯାଇଛି । ଏହି ୧୬ ବର୍ଷୀୟ ଦଶମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଏବଂ ଗ୍ରାମବାସୀ ପକ୍ଷରୁ ଅଭିଯୋଗ କରାଯାଇଛି ।

Spread the love