ସୋମବାର ଠାରୁ ଗଡ଼ିବ ବସ୍

ଆସନ୍ତା ସୋମବାର ଠାରୁ ରାଜ୍ୟରେ ସ୍ୱାଭାବିକ ହେବ ବସ ଚଳାଚଳ। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା। ଆଉ ଦୁଇ ମାସ ରୋଡ଼ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।ଲୋନ ଖିଲାପରେ ଥିବା ବସ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବ୍ୟାଙ୍କ ମାନଙ୍କୁ ସରକାର ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହି ସୂଚନା ମିଳିଛି। ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ଘରୋଇ ବସ ମାଲିକ ସଂଘ ସହ ସକାରତ୍ମକ ଆଲୋଚନା ହୋଇଛି। ସଂଘର ଦାବି ସମ୍ପର୍କରେ ରାଜ୍ୟ ସରକାର ବିଚାର ବିମର୍ଶ କରୁଛନ୍ତି। ଖୁବଶୀଘ୍ର ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା।

Spread the love