ଲୁଟ୍ ବେଳେ ନିସ୍ତୁକ ମାଡ ସହ ପୋଲିସ ଜିମା ଦେଲେ ଲୋକେ

ସୁବର୍ଣ୍ଣପୁର ଜିଲ୍ଲା ଖେମ୍ବେଶ୍ୱରୀ ପାଲି କଲେଜ ଛକରେ ଏକ ଲକ୍ଷ ଟଙ୍କା ଲୁଟ୍ । ଲୁଟ ବେଳେ ୨ ଜଣ ଲୁଟେରାକୁ କାବୁକରିଛନ୍ତି ସ୍ଥାନୀୟ ଲୋକେ । ଖାଲି ସେତିକି ନୁହେଁ ଦୁଇ ଲୁଟେରାଙ୍କୁ ଧରି ନିସ୍ତୁକ ଛେଚା ଦେଇଛନ୍ତି ସ୍ଥାନୀୟ ଲୋକେ । ତେବେ ଲୁଟ କରି ପଳାଇଯାଉଥିବାବେଳେ ଗାଡି ଧକ୍କାରେ ଆହତ ମଧ୍ୟ ହୋଇଛନ୍ତି । ଏବେ ଲୁଟେରା ଦୁଇ ଜଣଙ୍କୁ ସୋନପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୋନପୁର ପୋଲିସ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉକି, ବାଗଦୁଲି ଗାଁର ପ୍ରଫୁଲ ବଗର୍ତ୍ତି ଓ ଗଣେଶ ରଣା ଖମ୍ବେଶ୍ଵରିପାଲି ଷ୍ଟେଟ ବ୍ୟାଙ୍କରୁ ଏକ ଲକ୍ଷ ତାଙ୍କ ଉଠାଇ ବାଇକ ଯୋଗେ ନିଜ ଗାଁକୁ ଯାଉଥିବା ବେଳେ ଖମ୍ବେଶ୍ୱରୀପାଲି କଲେଜ ଛକରେ ଜଣ ଲୁଟେରା ବାଇକ୍ ଆସି ତାଙ୍କୁ ଧକ୍କା ଦେଇ ଟଙ୍କା ବ୍ୟାଗ୍ ନେଇ ଫେରାର ହେଇଯାଉଥିଲେ । ତେବେ ସ୍ଥାନୀୟ ଲୋକେ ଲୁଟେରା ଦୁଇ ଜଣକୁ କାବୁ କରି ନିସ୍ତୁକ ମାଡ ମାରି ପୋଲିସକୁ ଜିମା ଦେଇଛନ୍ତି ।

Spread the love