ସ୍କିନ୍ ସମସ୍ୟାକୁ ଦୂର କରିବ ଗୋଲାପ ତେଲ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଆପଣ ନିଶ୍ଚିତ ଭାବରେ ଅନେକ ଥର ଗୋଲାପ ଜଳ ବ୍ୟବହାର କରିଥିବେ । ଏହା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଗୋଲାପ ତେଲ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଏହି ତେଲରେ ଆଣ୍ଟିସେପ୍ଟିକ୍, ଆଣ୍ଟିସ୍ପାସ୍ମୋଡିକ୍, ଆଣ୍ଟିଡେପ୍ରେସାଣ୍ଟ, ଆଣ୍ଟିଫ୍ଲୋଗିଷ୍ଟିକ୍ ଏବଂ ଆଣ୍ଟିଭାଇରାଲ୍ ଭଳି ଅନେକ ପ୍ରକାରର ଗୁଣ ମିଳିଥାଏ । ଆସନ୍ତୁ ଜାଣିବା ଏହା ଆପଣଙ୍କ ପାଇଁ କିପରି ଉପଯୋଗୀ ହୋଇପାରେ ଏବଂ ଏହାକୁ ବ୍ୟବହାର କରିବାର ଉପାୟ କଣ ?

. ଗୋଲାପ ତେଲ ସାହାଯ୍ୟରେ ଆପଣ ଶରୀର ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଏହା ବ୍ୟତୀତ ଏହାକୁ ବ୍ୟବହାର କଲେ ଅନେକ ପ୍ରକାରର ଯନ୍ତ୍ରଣା ମଧ୍ୟ ଦୂର ହୋଇଯାଏ ।

. ଯଦି ଆପଣ ଷ୍ଟ୍ରେସରେ ଅଛନ୍ତି, ତେବେ ଆପଣ ଗୋଲାପ ତେଲ ବ୍ୟବହାର କରି ଆପଣଙ୍କ ମୁଡକୁ ଠିକ୍ କରିପାରିବେ ।

. ଗୋଲାପ ତେଲ ସାହାଯ୍ୟରେ କ୍ଷତ ଶୀଘ୍ର ଭଲ ହୋଇଥାଏ ।

. ଅନେକ ଅନୁସନ୍ଧାନ ଅନୁଯାୟୀ ଏହା ପୁରୁଷ ଏବଂ ମହିଳାଙ୍କ ପାଇଁ ଲାଭଦାୟକ ।

.ଏହି ତେଲରେ ଆଣ୍ଟିସେପ୍ଟିକ୍ ଗୁଣ ମିଳିଥାଏ, ଯାହା ଆମକୁ ଜୀବାଣୁରୁ ରକ୍ଷା କରିଥାଏ ।

ଗୋଲାପ ତେଲ କିପରି ବ୍ୟବହାର କରିବେ?

ଗୋଲାପ ତେଲ ସାଧାରଣତଃ ମହଙ୍ଗା । କିନ୍ତୁ ଏହି ତେଲ ଅତ୍ୟନ୍ତ ପ୍ରଭାବଶାଳୀ ।  ଆପଣ ଏହି ତେଲକୁ ନିଜ ତ୍ବଚାରେ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ବ୍ୟବହାର କରିବେ ।

. ଗାଧୋଇବା ସମୟରେ ଆପଣ ୧୦ ବୁନ୍ଦା ଗୋଲାପ ତେଲକୁ କରିୟର ତେଲରେ ମିଶାନ୍ତୁ । ଏହି ମିଶ୍ରଣକୁ ଏକ ଗରମ ବାଥ ଟବରେ ଢାଳନ୍ତୁ, ଏବଂ ପରେ ସେଥିରେ ଗାଧୋଇ ପାରିବେ । ଏହା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।

. ଅଳ୍ପ ବୁନ୍ଦା ମିଶ୍ରିତ ଗୋଲାପ ତେଲକୁ ଏକ ଛୋଟ ଟବରେ ଢାଳନ୍ତୁ ଏବଂ ଏଥିରେ ପାଦକୁ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଭିଜାନ୍ତୁ । ଏହା ଆପଣଙ୍କୁ ବହୁତ ଆରାମ ଦେବ ।

. ଗୋଲାପ ତେଲର ଗନ୍ଧ ଦ୍ୱାରା ଆପଣଙ୍କ ଷ୍ଟ୍ରେସ୍ କିମ୍ବା ଚିନ୍ତା ଦୂର ହୋଇଯିବ । ଏହା ବ୍ୟତୀତ ଶରୀରର କ୍ଳାନ୍ତ ମଧ୍ୟ ଦୂର ହେବାକୁ ଲାଗେ ।

. ଶରୀରକୁ ଗୋଲାପ ତେଲରେ ମାଲିସ କରନ୍ତୁ । ଏଭଳି କଲେ ଶରୀର ଅତ୍ୟନ୍ତ ଆରାମଦାୟକ ଅନୁଭବ କରେ ଏବଂ ଅନେକ ପ୍ରକାରର ଯନ୍ତ୍ରଣା ଦୂର ହୋଇଯାଏ ।

Spread the love