ଦହି ପାମ୍ପଡ ରେସିପି

ଆବଶ୍ୟକ ସାମଗ୍ରୀ

  • ଦହି
  • ରୋଷ୍ଟେଡ ପାମ୍ପଡ
  • ଗୋଲ ମରୀଚ
  • ଲାଲ ଲଙ୍କା
  • ଟମାଟୋ
  • ବେସନ
  • ଲୁଣ
  • କଞ୍ଚା ଲଙ୍କା
  • ଧନିଆ
  • ଗରମ ମସଲା
  • ଜିରା
  • ତେଜ ପତ୍ର
  • ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

ଏହି ଡିସକୁ ବନାଇବା ପାଇଁ ଆପଣ ସର୍ବପ୍ରଥମେ ଏକ ପ୍ୟାନରେ ଜିରା ପକାନ୍ତୁ। ଏବେ ଏଥିରେ ତେଜପତ୍ର ପକାଇ ଦିଅନ୍ତୁ। ଏହାପରେ ଦୁଇ ଚାମଚ ବେସନ ନେଇ ଏହାକୁ ଭାଜନ୍ତୁ। ଏବେ ଏଥିରେ ଗରମ ମସଲା, ଧନିଆ ପତ୍ର, ଲାଲ ଲଙ୍କା ପକାଇ ମସଲା ସହିତ ଭାଜି ଦିଅନ୍ତୁ। ଆପଣଙ୍କୁ ଏହି ସମସ୍ତ ଜିନିଷ କମ୍‌ ଆଞ୍ଚରେ ଭାଜିବାକୁ ହେବ। ଏହାପରେ ଏଥିରେ ଅଧା ଗିନା ଦହି ପକାନ୍ତୁ। ଏବେ ଦହିକୁ ଭଲଭାବେ ଚଲାନ୍ତୁ, ଯେମିତି ଏହା ନଫାଟିବ। ଏବେ ଏଥିରେ ଅଳ୍ପ ପାଣି ପକାଇ ଦିଅନ୍ତୁ। ଏହାକୁ କମ୍‌ ଆଞ୍ଚରେ ହେବାକୁ ଦିଅନ୍ତୁ। ଏବେ ଶେଷରେ ଏଥିରେ ରୋଷ୍ଟ କରାଯାଇଥିବା ପାମ୍ପଡ ପକାଇ ଦିଅନ୍ତୁ ଏବଂ ଏହାକୁ ଘୋଡାଇ ରଖିଦିଅନ୍ତୁ। ଏବେ ଗ୍ୟାସ ବନ୍ଦ କରି ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।

Spread the love