ରୁଟି ପିଜ୍ଜା

ଆବଶ୍ୟକ ସାମଗ୍ରୀ

୨ଟି ରୁମାଲ ରୁଟି
୧ ବଡ ଚାମଚ ଚିଜ୍‌ ସ୍ପ୍ରେଡ
୧ ମିଡିୟମ୍‌ ସାଇଜର ପିଆଜ
୪ ବଡ ଚାମଚ କର୍ଣ୍ଣ
ଆବଶ୍ୟକତା ଅନୁସାରେ ଲୁଣ
୧ ଛୋଟ ଚାମଚ ଚିଲ୍ଲି ଫ୍ଲେକ୍ସ
୧/୨ କପ୍‌ କଦ୍ଦୁକସ୍‌ ହୋଇଥିବା ମୋଜରେଲା
୨ ବଡ ଚାମଚ୍‌ ପାସ୍ତା ସସ୍‌
୧ ମିଡିୟମ୍‌ ସାଇଜର ଟମାଟୋ
୧ ମିଡିୟମ୍‌ ସାଇଜର ସିମଲା ଲଙ୍କା (କଞ୍ଚା ଲଙ୍କା)
୧ ଛୋଟ ଚାମଚ ଜୁଆଣୀ
୧/୪ ଛୋଟ ଚାମଚ ଗୋଲ ମରୀଚ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ କଟା ପିଆଜ, ଟମାଟୋ, ସିମଲା ଲଙ୍କା, କର୍ଣ୍ଣ, ଲୁଣ, ଗୋଲ ମରୀଚ, ଅରିଗାନୋ ଏବଂ ଚିଲ୍ଲି ଫ୍ଲେକ୍ସ ପକାଇ ସାଇଡରେ ରଖନ୍ତୁ। ଏବେ ଏକ ରୁଟି ନିଅନ୍ତୁ ସେଥିରେ ୧ ବଡ ଚାମଚ ପାସ୍ତା ସସ୍‌ ଲଗାଇ ଦିଅନ୍ତୁ। ଏହାପରେ ତାଉପରେ ଗୋଟେ ଚାମଚ ଚିଜ୍‌ ଲଗାଇ ଦିଅନ୍ତୁ। ରୁଟିରେ ପୂର୍ବରୁ ପ୍ରସ୍ତୁତ କରିଥିବା ପରିବା ମସଲା ମିଶ୍ରଣକୁ ରଖନ୍ତୁ। ଏହା ଉପରେ ଅଧା ଚାମଚ୍‌ ମୋଜରେଲା ଚିଜ୍‌ ପକାନ୍ତୁ। ବାକି ସମସ୍ତ ରୁଟି ପାଇଁ ବି ଏହି ପ୍ରୋସେସକୁ ରିପିଟ୍‌ କରନ୍ତୁ। ଦୁଇଟି ରୁଟି ପିଜ୍ଜାକୁ ଓଭନରେ ୧୮୦ ଡିଗ୍ରୀ ସେଲସିୟସରେ ୮-୧୦ ମିନିଟ ପାଇଁ ବେକ୍‌ କରିଦିଅନ୍ତୁ। ଏବେ ଏହାକୁ ଓଭନରୁ ବାହାର କରି ସ୍ଲାଇସରେ କାଟି ଦିଅନ୍ତୁ ଏବଂ ଗରମା ଗରମ ସର୍ଭ କରନ୍ତୁ। ଆପଣ ଏହି ରୁଟି ପିଜ୍ଜାକୁ ତାଓ୍ଵା ଉପରେ ରଖି ବି ବେକ୍‌ କରିପାରିବେ।

Spread the love