ରାଉରକେଲା ପୁସ୍ତକ ମେଳାରେ ସଙ୍ଗୀତ ପ୍ରତିଯୋଗିତା

ରାଉରକେଲଲା: ଆଦର୍ଶ ପାଠାଗାର ଆୟୋଜିତ ୨୮ ତମ ପୁସ୍ତକ ମେଳାର ୪ର୍ଥ ସଂଧ୍ୟାରେ ସଙ୍ଗୀତ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ସନ୍ତୋଷ ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ପ୍ରାକ୍ତନ ଆରଏସପି ଅଧିକାରୀ ଚନ୍ଦ୍ରଶେଖର ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ । ସୁକାନ୍ତ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୦ ଜଣ କଳାକାର ଅଂଶଗ୍ରହଣ କରିଥିଲେ । ସରୋଜ ପଣ୍ଡା ଏବଂ ସାଥୀ ମ୍ୟୁଜିକରେ ସହାୟତା କରିଥିଲେ ।ଅର୍ଚ୍ଚନା ମହାନ୍ତି ଓ ରଶ୍ମି ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

Spread the love