ଏଣିକି ମଦ ଦୋକାନରେ ନେଗେଟିଭ୍‌ RT-PCR ରିପୋର୍ଟ ବାଧ୍ୟତାମୂଳକ

କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ଅନେକ ରାଜ୍ୟ ଏବେ ଏଣ୍ଟ୍ରି ପାଇଁ ନେଗେଟିଭ୍ ଆରଟି ପିସିଆର ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ ଏବେ ଲୋକେ ଟିକାକରଣ ପ୍ରମାଣପତ୍ର ମଧ୍ୟ ଦେଖାଇ ଯାଇପାରିବେ। ଯେଉଁ ମା​‌ନେ କୋଭିଡ୍‌ ଟିକାର ଦୁଇ ପାନ ନେଇଛନ୍ତି ସେମାନେ ଟେଷ୍ଟ ରିପୋର୍ଟ ପରିବର୍ତେ ଟିକା ପ୍ରମାଣପତ୍ର ଦେଖାଇ ପାରିବେ। ଅନ୍ୟପଟେ ସ୍ଥାନୀୟ ଲୋକମାନଙ୍କ ପାଇଁ ମଧ୍ୟ କିଛି ସ୍ଥାନରେ ନେଗେଟିଭ୍‌ ରିପୋର୍ଟ ଦେଖାଇବା ଜରୁରୀ । କିଛି ରାଜ୍ୟ ବ୍ୟତୀତ ଭାରତରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଏହି ସମୟରେ କୌଣସି ପ୍ରକାର ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି କେନ୍ଦ୍ର ନିର୍ଦେଶ ଦେଇଛି।

ଏହି ସବୁ ରାଜ୍ୟକୁ ଗଲେ ଆରଟି ପିସିଆର ନେଗେଟିଭ୍‌ ରିପୋର୍ଟ ଜରୁରି

ତାମିଲନାଡୁ (କେରଳରୁ ଆସୁଥିବା ଲୋକ)

କର୍ଣ୍ଣାଟକ (ମହାରାଷ୍ଟ୍ର ଏବଂ କେରଳରୁ ଆସିଲେ)

ଛତିଶଗଡ଼ (ସମସ୍ତ ଯାତ୍ରୀଙ୍କ ପାଇଁ)

ଗୋଆ (କେରଳରୁ ଆସିଲେ)

ପଞ୍ଜାବ (ସମସ୍ତ ଯାତ୍ରୀ)

ପଶ୍ଚିମବଙ୍ଗ (ପୁଣେ, ମୁମ୍ବାଇ ଏବଂ ଚେନ୍ନାଇରୁ ଆସୁଥିବା ଯାତ୍ରୀ)

ମହରାଷ୍ଟ୍ର (ସବୁ ଯାତ୍ରୀ)

ଉତ୍ତରପ୍ରଦେଶ (ମହାରାଷ୍ଟ୍ର, କେରଳ, ତାମିଲନାଡୁରୁ ଆସୁଥିବା ଲୋକେ)

ଚାକିରିକୁ ଗଲେ, ମଦ କିଣିବା ବେଳେ, ଫ୍ଲାଟରେ ପ୍ରବେଶ କଲେ ରିପୋର୍ଟ ଜରୁରି
ଝାଡ଼ଖଣ୍ଡରେ ଛୁଟିରେ ଯାଇଥିବା ସୁରକ୍ଷାକର୍ମୀ ଏବଂ ପୋଲିସ ପାଇଁ ଆରଟି ପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇବା ଅନିବାର୍ଯ୍ୟ। କେରଳରେ ଦୋକାନକୁ ଗଲେ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ଦେଖାଇବା ଜରୁରି। ଏହା ସହ ମଦ ଦୋକାନରେ ମଦ କିଣିବାକୁ ଗଲେ ଲୋକେ ନେଗେଟିଭ୍‌ ଆରଟି ପିସିଆର ରିପୋର୍ଟ ଦେଖାଇବେ ବୋଲି ରାଜ୍ୟ ସରକାର କହିଛନ୍ତି । ସେହିଭଳି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଫ୍ଲାଟରେ ପ୍ରବେଶ କରିବା ପୂର୍ବରୁ ନେଗେଟିଭ୍‌ ରିପୋର୍ଟ ଦେଖାଇବା ଅନିବାର୍ଯ୍ୟ ବୋଲି ବେଙ୍ଗାଲୁରୁ ନଗର ନିଗମ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ରିପୋର୍ଟ ନଥିବ ତେବେ ତାଙ୍କର କରୋନା ପରୀକ୍ଷା ହେବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ ନିଜ ଫ୍ଲାଟରେ କ୍ବାରେଣ୍ଟାଇନ୍‌ରେ ରହିବେ।

Spread the love