ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମହିଳା ଥାନାରେ ଅଟକ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଥାନାରେ ଅଟକ । ଭୁବନେଶ୍ୱର ମହିଳା ଥାନାରେ ତାଙ୍କୁ ଅଟକ ରଖିଛି ପୁଲିସ। ସୂଚନା ଅନୁସାରେ ପ୍ରଦୀପଙ୍କୁ କୌଣସି ଏକ ମାମଲାରେ ପୁଲିସ ଥାନାକୁ ଡାକିଥିଲା। ତାପରେ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ତେବେ କେଉଁ ମାମଲାରେ ପ୍ରଦୀପଙ୍କୁ ପୁଲିସ ଡାକିଥିଲା ତାହା ସ୍ପଷ୍ଟ ହୋଇପାରିନି।
ପ୍ରଦୀପ ଦୀର୍ଘ ବର୍ଷ ହେଲା ସୂଚନା ଅଧିକାର କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସୂଚନା ଅଧିକାର ଆଇନ ବଳରେ ସରକାରୀ ତଥ୍ୟ ମାଗି ଆସୁଛନ୍ତି। ଖବର ପାଇ ଥାନା ଆଗରେ ପହଞ୍ଚିଛନ୍ତି କିଛି ସୂଚନା ଅଧିକାର ଓ ସାମାଜିକ କର୍ମୀ। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Spread the love