ରୁଚି-ଫ୍ରୋଜିଟ୍ ସର୍ବବୃହତ୍ ଆଉଟ୍ଲେଟ୍ ଉଦ୍ଘାଟନ ଆଜି
ଭୁବନେଶ୍ୱର,୧୦।୧୦ : ଆଜି କଟକର ମହାନଦୀ ବିହାରଠାରେ ରୁଚି-ଫ୍ରୋଜିଟ୍ର ଏକ ବିଶାଳ ଫୁଡ୍ ଆଉଟ୍ଲେଟ୍ ଉଦ୍ଘାଟିତ ହେବ। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ମସଲା ଓ ଖାଦ୍ୟ ପ୍ରସ୍ତୁତିକାରୀ ଉଦ୍ୟୋଗ ରୁଚି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରୁଚିର ନିର୍ଦ୍ଦେଶିକା ରଶ୍ମି ସାହୁ ଓ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ ସାହୁ ପ୍ରକାଶ କରିଥିଲେ ଯେ, ପ୍ରୋଜିଟ୍ର ଏହି ଆଉଟ୍ଲେଟ୍ ଅନ୍ତର୍ଜାଜୀୟ ସ୍ତରର କରାଯାଇଛି। ରୁଚି ଦ୍ବାରା ପରିଚାଳିତ ପ୍ରୋଜିଟ୍ ଡିଭିଜନ୍ ଦୀର୍ଘ ୧୦ ବର୍ଷ ଧରି ବିଭିନ୍ନ ପ୍ରକାର ରେଡି ଟୁ ଇଟ୍, ରେଡି ଟୁ କୁକ୍, ବେକରୀ, ପ୍ରିମିୟମ ଓ ସ୍ବାସ୍ଥ୍ୟପଯୋଗୀ ତଥା ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଆସିଛି।
କଟକ ଓ ଭୁବନେଶ୍ବରଠାରେ ୮ଟି ଖାଦ୍ୟ ଆଉଟ୍ଲେଟ୍ ମଧ୍ୟ ସ୍ଥାପନ କରିପାରିଛି। ଏହି ନୂଆ ଆଉଟ୍ଲେଟ୍ ଜନସାଧାରଣମାନେ ଖାଦ୍ୟ ଖାଇବା ସହ ରୁଚି ଏବଂ ଫ୍ରୋଜିଟ୍ର ବିଭିନ୍ନ ସାମଗ୍ରୀ ସହଜରେ ଓ ସୁବିଧାରେ କିଣିପାରିବେ। ଏହି ଆଉଟ୍ଲେଟ୍ରେ ବିଭିନ୍ନ ପ୍ରକାର ଅର୍ଗାନିକ୍ ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ। କଟକର ବିଭିନ୍ନ ପର୍ବପର୍ବାଣିରେ ସ୍ୱତନ୍ତ୍ର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯିବ ବୋଲି ମଧ୍ୟ ପ୍ରୋଜିଟ୍ର ମୁଖ୍ୟ ରଶ୍ମି ସାହୁ ପ୍ରକାଶ କରିଥିଲେ । ଆଜି ଅପରାହ୍ନ ୪ ଟା ବେଳେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ଓ ଯୁବ ଅଭିନେତା ଶୁଭାଶିଷ ଏହି ଆଉଟ୍ଲେଟ୍ ଉଦ୍ଘାଟନ କରିବେ । ଉଦ୍ଘାଟନ ଉତ୍ସବରେ ସମସ୍ତ ଦର୍ଶକଙ୍କୁ ସ୍ଵତନ୍ତ୍ର ରିହାତି ପ୍ରଦାନ କରିବା ନେଇ ଡ. ସାହୁ ଘୋଷଣା କରିଥିଲେ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରୋଜିଟ୍ ପକ୍ଷରୁ ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ଶିଳ୍ପା ଦାସ, ଲୋକସମ୍ପର୍କ ବିଭାଗର ସାଗନିକା ମହାପାତ୍ର, ଦେବସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।