‘ରୁଚ’ ଓ ‘ଫ୍ରୋଜିଟ୍’ ବୁଲି ଦେଖୁଲେ ଫିକି କର୍ମକର୍ତ୍ତା

ଭୁବନେଶ୍ବରସ୍ଥିତ ଫିକି ମହିଳା ଅନୁଷ୍ଠାନର କର୍ମକର୍ତ୍ତା କଟକସ୍ଥିତ ଓଡ଼ିଶାର ପ୍ରତିଷ୍ଠିତ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ପ୍ରତିଷ୍ଠାନ ରୁଚି ଓ ପ୍ରୋଜିଟ୍ ପରିଦର୍ଶନ କରିଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଏବଂ ୨୦୨୧-୨୨ର ଚାପ୍ଟର ଅଧ୍ୟକ୍ଷା ସୁନୀତା ମହାନ୍ତିଙ୍କ ନେତୃତ୍ବରେ ୧୪ ଜଣିଆ ମହିଳା ଦଳ ସ୍ଵତନ୍ତ୍ର ଉଦ୍ୟୋଗ ପରିଦର୍ଶନରେ ଆସିଥିଲେ। ପ୍ରୋଜିଟ୍ ପ୍ରତିଷ୍ଠାତା ତଥା ରୁଚିର ନିର୍ଦ୍ଦେଶିକା ରଶ୍ମି ସାହୁଙ୍କ ଉପସ୍ଥିତିରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ସେମାନେ ପ୍ରୋଜିଟ୍ ଉଦ୍ୟୋଗ, ରୁଚିର ପାସ୍ତା ଉଦ୍ୟୋଗ ଏବଂ ପ୍ରୋଜିଟ୍ ଆଉଟ୍‌ଲେଟ୍‌ ଆଦି ବୁଲି ଦେଖିବା ସହ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ନିର୍ଦ୍ଦେଶିକା ଶ୍ରୀମତୀ ସାହୁଙ୍କ ଠାରୁ ପଚାରି ବୁଝିଥିଲେ। ଏହାପରେ ରୁଚି କର୍ପୋରେଟ୍ ଅଫିସରେ ରୁଚି ଓ ପ୍ରୋଜିଟ୍ ସମ୍ପର୍କିତ ବୃତ୍ତଚିତ୍ର ଦେଖୁଥିଲେ। ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। କରିଥିଲେ।

ସମସ୍ତ କର୍ମକର୍ତ୍ତା ରୁଚି ଓ ପ୍ରୋଜିଟ୍‌ର ୪୭ ବର୍ଷର ନିରନ୍ତର ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଡ. ସାହୁ ଓ ରୁଚି ପରିବାରର ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ। ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ ଓ ସଲିନା ସାହୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ଦେବସ୍ମିତା ମିଶ୍ର, ସାଗନିକା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଷ୍ଣୁ ମିଶ୍ର, ଉଲ୍ଲାସ ବେହୁରା, ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Spread the love