ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର; ଦୁଇ ଗ୍ରାହକଙ୍କୁ କାର୍ ଉପହାର ଦେଲା ରୁଚି

ଭୁବନେଶ୍ୱର : ରୁଚି ମସଲା ଉଦ୍ୟୋଗ ପକ୍ଷରୁ ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ୨୦୨୩ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୪୭ ବର୍ଷରେ ପହଞ୍ଚିଥିବା ଏହି ଶିଳ୍ପସଂସ୍ଥା ପ୍ରତି ଆମ ସମସ୍ତଙ୍କର ଭଲପାଇବା ରହିଛି । ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ସମାଜ ସମ୍ପାଦକ ନିରଞ୍ଜନ ରଥ ଯୋଗ ଦେଇଥିଲେ । ଏହି ଅବସରରେ ରୁଚି ମସଲା ପକ୍ଷରୁ ଦୁଇଜଣ ଗ୍ରାହକଙ୍କୁ ଦୁଇଟି ମାରୁତି ବଲେନୋ କାର୍ ଉପହାର ପ୍ରଦାନ କରାଯାଇଥିଲା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଜାରର ଜଣେ ଟେଲର୍ ବିଜୟ ଦାସ ଓ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ବାଉଁଶପୁଟ ଗ୍ରାମର ହୋଟେଲ କରିଥିବା ମନୋଜ ସାହୁଙ୍କୁ ପ୍ରଥମ ପୁରସ୍କାର ଭାବେ ଜିତିଥିବା ଦୁଇଟି ବଲେନୋ କାର୍ ସେମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ର ସେମାନଙ୍କୁ ଏହି ଉପହାର ସ୍ୱରୂପ ଗାଡ଼ିର ଚାବି ପ୍ରଦାନ କରିଥିଲେ । ଦ୍ୱିତୀୟ ପୁରସ୍କାର ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁ୍‌ଣ୍ଡାଇର ବିକାଶ କୁମାର ଦାଶ ଓ ପୁରୀ ଜିଲ୍ଲା କାକଟପୁରର ଅଜୟ କୁମାର ସୁବୁଦ୍ଧିଙ୍କୁ ହୋଣ୍ଡା ଆକ୍ଟିଭା ଗାଡ଼ି, ତୃତୀୟ ପୁରସ୍କାର ଭାବେ କଟକ ଶିଖରପୁରର ଅଶୋକ କୁମାର ବିଶ୍ୱାଳ, ଖୋର୍ଦ୍ଧା ବିଡିଏ କଲୋନୀର ମୀରାରାଣୀ ରାଉତରାୟ, ଭୁବନେଶ୍ୱରର ପ୍ରତାପ ଚନ୍ଦ୍ର ରାଉଳ, ଖୋର୍ଦ୍ଧା ଗଙ୍ଗାଧରପୁରର ଜ୍ଞାନରଞ୍ଜନ ବେହେରା ଓ ଭଦ୍ରକ ଜିଲ୍ଲା ଚରମ୍ପାର ନୌନିତି ଲଖାନୀଙ୍କୁ ଏଲ୍‌ଇଡି ଟିଭି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାସହିତ ୨୯ଜଣ ଗ୍ରାହକଙ୍କୁ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଗ୍ରାହକମାନଙ୍କୁ ସ୍ୱର୍ଣ୍ଣ, ରୌପ୍ୟମୁଦ୍ରା ଓ ସ୍ମାର୍ଟୱାଚ୍ ଉପହାର ପ୍ରଦାନ କରିଥିଲା । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଗ୍ରାହକମାନଙ୍କ ପାଇଁ ଓଡ଼ିଶାରେ ଏହା ଏକ ବଡ଼ ପୁରସ୍କାର ବୋଲି ଘୋଷଣା କରାଯାଇଛି । ଲୋକପ୍ରିୟତା ଅର୍ଜନ କରିଥିବା ରୁଚି ଉଦ୍ୟୋଗ ୪୭ ବର୍ଷର ଯାତ୍ରା ମଧ୍ୟରେ କୋଟିକୋଟି ଗ୍ରାହକମାନଙ୍କର ବିଶ୍ୱାସନୀୟତାକୁ ପାଥେୟ କରି ସଫଳତା ପାଇଛି ବୋଲି ବିଶିଷ୍ଟ ଉଦ୍ୟୋଗୀ ତଥା ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଥିଲେ । ଏବର୍ଷ ସ୍ୱତନ୍ତ୍ର ଉପହାର ଯୋଜନାରେ ୧୫ଲକ୍ଷ ଗ୍ରାହକ ଏଥିରେ ଅଂଶଗ୍ରହଣ କରିଥିଲେ । ଏଥିରେ ଗ୍ରାହକମାନଙ୍କୁ ପ୍ରତିମାସର ପୁରସ୍କାର ସ୍ୱରୂପ ୧୮୦ଜଣ ଗ୍ରାହକଙ୍କୁ ସ୍ୱର୍ଣ୍ଣ, ୧୮୦ଜଣ ଗ୍ରାହକଙ୍କୁ ରୌପ୍ୟମୁଦ୍ରା ଓ ୧୦୦ ଜଣଙ୍କୁ ସ୍ମାର୍ଟୱାଚ୍ ପ୍ରଦାନ କରାଯାଇଥିଲା । ଆସନ୍ତା ବର୍ଷ ସର୍ବଭାରତୀୟ ସ୍ତରରେ ଏହି ଯୋଜନାରେ ଗ୍ରାହକଙ୍କୁ ଅନେକ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲେ ନିର୍ଦ୍ଦେଶକ ଅରବିନ୍ଦ ସାହୁ । ଅନ୍ୟମାନଙ୍କ ମଧ୍ୟରେ ‘ରୁଚି’ର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ସଲିନା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ରୁଚିର ମାର୍କେଟିଂ ହେଡ୍ ଦେବବ୍ରତ ପଟ୍ଟନାୟକ ବିଭିନ୍ନ ଗ୍ରାହକ ଅଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ରୁଚିର ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ମହାପ୍ରବନ୍ଧକ ସୁବ୍ରମଣ୍ୟମ୍ ପ୍ରସାଦ, ସେଲସ୍ ହେଡ୍ ଦିଲ୍ଲୀପ ସାହୁ, ମାନବସମ୍ବଳ ବିଭାଗ ସହକାରୀ ମହାପ୍ରବନ୍ଧକ ଅମ୍ବରୀଶ ପଟ୍ଟନାୟକ, ଲୋକସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ରାମଚନ୍ଦ୍ର ବେହେରା, ହେରାଲଡ୍‌ର ମୁଖ୍ୟ ସୂର୍ଯ୍ୟ ରଥ, ରୁଚିର ଉପପ୍ରବନ୍ଧକ ନ୍ୟାୟବ୍ରତ ରାଉତ, ସାଗର ରଞ୍ଜନ ବାରିକ୍ ଓ ସୋନାଲି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କଣ୍ଠଶିଳ୍ପୀ କୁଲଦୀପ ଓ ଭାଗ୍ୟଶ୍ରୀ ସଙ୍ଗୀତ ପରିବେଷଣ କରିଥିଲା ବେଳେ ରୟାଲ ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ଲୋରିଆ ଓ ହ୍ୱାଇଟ୍ କାନ୍‌ଭାସ୍‌ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Spread the love