ପଟିଆ ଓ ଶହୀଦନଗରରେ ଉଦଘାଟିତ ହେଲା ରୁଚି ଫ୍ରୋଜିଟ୍ ର ଆଉଟ୍‌ଲେଟ୍‌

ଭୁବନେଶ୍ୱର,୩୦/୧୧: ଭୁବନେଶ୍ୱର ସ୍ଥିତ ପଟିଆ ଓ ଶହୀଦନଗର ଠାରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ଉତ୍ପାଦନକାରୀ ପ୍ରତିଷ୍ଠାନ ରୁଚି ପକ୍ଷରୁ ୨ ଟି ଫ୍ରୋଜିଟ୍ ଆଉଟ୍‌ଲେଟ୍‌ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଆଜି ଅପରାହ୍ନରେ ପଟିଆ ସ୍ଥିତ ଇନ୍ଦିରା ପ୍ୟାଲେସର ସପ ନଂ – ୩ଠାରେ ଫ୍ରୋଜିଟ୍ ର ନୂତନ ଆଉଟ୍‌ଲେଟ୍‌କୁ ଉଦ୍‌ଘାଟନ କରିଥିଲେ ମୂଖ୍ୟ ଅତୀଥି ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ରଷ୍ଟ୍ରିୟ ସାଦାରଣ ସମ୍ଫାଦକ, ଆଦିତ୍ୟ ବାହୀନି, ଗୋବର୍ଦ୍ଧନ ମଠ, ପୁରୀ ଏବଂ ଡଃ. ଶରତ କୁମାର ସାହୁ, ପରିଚାଳନା ନିର୍ଦ୍ଦେଶକ, ରୁଚି । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ରୁଚିର ନିର୍ଦ୍ଦେଶିକା ଶ୍ରୀମତି ରଶ୍ମି ସାହୁ ।

ସେହିପରି ଶହୀଦନଗର ସ୍ଥିତ ସି – ୮ ସପ୍ ଠାରେ ଫ୍ରୋଜିଟ୍ ର ଅନ୍ୟତମ ଆଉଟ୍‌ଲେଟ୍‌କୁ ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି ତଥା ଭୂବନେଶ୍ୱର ମଧ୍ୟମର ମାନ୍ୟବର ବିଧାୟକ  ଅନନ୍ତ ନାରାୟଣ ଜେନା । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ରୁଚିର ନିର୍ଦ୍ଦେଶକ  ଅରବିନ୍ଦ ସାହୁ ।
ଏହି ଦୁଇଟି ଫ୍ରୋଜିଟ୍ ଆଉଟ୍‌ଲେଟ୍ ର ସ୍ୱାଧିକାରୀ ଶ୍ରୀଯିକ୍ତ ବିଶ୍ୱଜିତ ରଥଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ଅତିଥିମାନେ ରୁଚି ଓ ଫ୍ରୋଜିଟ୍ ର ଏହି ପ୍ରକଳ୍ପକୁ ଖୁବ ପ୍ରଶଂସା କରିଥରଲେ । ମସଲାରେ ଯେପରି ରୁଚି ଆଗରେ ସେହିପରି ଫ୍ରୋଜେନ ଫୁଡସ୍‌, ରେଡ୍ଡିି ଟୁ ଇଟ ଫୁଡସ୍‌, ବେକରୀ, ମୃଦୁ ପାନୀୟ ଉତ୍ପାଦନରେ ମଧ୍ୟ ଆଗ ଧାଡିରେ ନିଜର ସ୍ଥାନ ଅଳଙ୍କୃତ କରିବା ସହ ଖାଉଟି ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡିବ ବୋଲି ଅତିଥିମାନେ ପ୍ରକାଶ କରିିିିିିିିିିିିିିିିିିିିିିିିିିିଥିଲେ ।
ଏହି ଦୁଇଟି ଆଉଟ୍‌ଲେଟ୍ ଠାରେ ବିଭିନ୍ନ ପ୍ରକାର ସୁସ୍ୱାଦୁ, ପିଜା, ବର୍ଗର, ରୋଲ, ସ୍ୟାଣ୍ଡଉଚ୍‌, ପାସ୍ତା, କେକ, ନୁଡଲ୍ସ୍‌, ବିରିୟାନୀ, ପୋଡ ପିଠା, ଖୀରି ଏବଂ ଆହୁରି ଅନ୍ୟାନ୍ୟ ଜିନିଷ ଉପଲବ୍ଧ ହେବା ବେଳେ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ୧୦ % ରିହାତିର ସୁବିଧା ରହିଛି ବୋଲି ପ୍ରକାଶ କରିଥିଲେ ଫ୍ରୋଜିଟ୍ ର ଅର୍ଥ ବିଭାଗର ମୁଖ୍ୟ  ଶ୍ରୀକାନ୍ତ ମହାପାତ୍ର । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ସହଯୋଗ କରିଥରଲେ ଫ୍ରୋଜିଟ୍ ର ଲୋକସଂପର୍କ ବିଭାଗର ଅଧିକାରୀ ରୋମିତ୍ ମହାନ୍ତି ଓ ଆଉଟ୍‌ଲେଟ୍ ମ୍ୟାନେଜର  ଅଭିନାଶ ସିଂହ।

Spread the love