ରୁଚିକାଙ୍କ ଆତ୍ମହତ୍ୟା ମାମଲା: ର଼୍ୟାଗିଂ ନେଇ କୌଣସି ତଥ୍ୟ ମିଳି ନ ଥିବା କହିଲେ ଡିସିପି

ଭୁବନେଶ୍ୱର,୧୨।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ଡିସିପି ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ଡାକିଥିଲେ। ଏଥିରେ ସେ ର଼୍ୟାଗିଂ ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନଥିବା କହିଛନ୍ତି । ତାଙ୍କ ହଷ୍ଟେଲର ସାଙ୍ଗମାନେ ର଼୍ୟାଗିଂ ହେଇନହିଁ ବୋଲି କହିଛନ୍ତି । ପରିବାର ତରଫରୁ ମଧ୍ୟ କୌଣସି ପ୍ରମାଣ ମିଳିପାରୁ ନାହିଁ। ଏହି ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ ଜାରି ରହିଥିବା ସେ କହିଛନ୍ତି । ୩ଟି ତଦନ୍ତ ଟିମ ଗଠନ ହୋଇଛି । ରୁଚିକାଙ୍କ ସାଙ୍ଗମାନଙ୍କୁ ପଚରାଉଚରା ହୋଇଛି । ସାଇଣ୍ଟିଫିକ୍‌ ଟିମ ଦ୍ୱାରା ମଧ୍ୟ ତଦନ୍ତ ପ୍ରକ୍ରିୟା ଆଗକୁ ବଢିଛି ।
ରୁଚିକାଙ୍କ ଫୋନରୁ ସମସ୍ତ ଡାଟା ଅଣାଯାଉଛି । କିନ୍ତୁ ସଫଳତା ମିଳିପାରି ନାହିଁ । ସେଥିପାଇଁ ତାଙ୍କ ଫୋନ୍‌କୁ ସିଙ୍ଗାପୁରକୁ ପଠାଯାଉଛି । ମନୋବିଜ୍ଞାନୀଙ୍କ ସହାୟତା ନିଆଯାଉଛି। ରାଗିଂ ନେଇ କୌଣସି ତଥ୍ୟ ସାମ୍ନାକୁ ଆସୁନାହିଁ । କମିଶନରେଟ ପୋଲିସ ପକ୍ଷରୁ (୭୦୭୭୭୯୮୧୧୧) ଏକ ନମ୍ବର ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ଛାତ୍ରୀଛାତ୍ରମାନେ ଏହି ମାମଲାରେ ଜଡ଼ିତ ଯେକୌଣସି ତଥ୍ୟ ଦେଇପାରିବେ । ସେମାନଙ୍କର ପରିଚୟ ଗୋପନ ରଖାଯିବ ବୋଲି କୁହାଯାଇଛି ।

Spread the love