ଭୁବନେଶ୍ୱର ପଳାଶୁଣୀ ମୁଣ୍ଡାସାହିରେ ବୁଲିଲା ଖଣ୍ଡା ଓ ଭୁଜାଲି

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ମୁଣ୍ଡାସାହିରେ ଗୁଣ୍ଡାରାଜ୍‌ । ବୁଲିଲା ଖଣ୍ଡା, ଭୁଜାଲି । ୨୦ରୁ ୩୦ ମିନିଟ୍‌ ଧରି ଚାଲିଲା ଆତଙ୍କରାଜ । ପୂର୍ବର ଛୋଟ ଝଗଡ଼ାକୁ ନେଇ ଗତକାଲି ହୋଇଥିଲା ମହାଭାରତ । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ମଞ୍ଚେଶ୍ୱର ପୋଲିସ । ଅନ୍ୟ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ୍‌ । ୪୦ରୁ ୫୦ ଜଣ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ । ଆକ୍ରମଣରେ ସାହିର ୨୦ରୁ ଅଧିକ ଆହତ ହୋଇଥିବା ବେଳେ ୬ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଞ୍ଚେଶ୍ୱର ଥାନଠୁ ମାତ୍ର ୩ ଶହ ମିଟର ଦୂରରେ ଘଟିଛି ଘଟଣା ।

Spread the love