ଋଷର ଚେତାବନୀ; ତୃତୀୟ ବିଶ୍ୱଯୁଦ୍ଧ ହେଲେ ଲଣ୍ଡନରେ ପଡ଼ିବ ପ୍ରଥମ ବୋମା

ଲଣ୍ଡନ: ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ପଶ୍ଚିମଦେଶଗୁଡ଼ିକୁ ସମସ୍ତେ ମିଶି ଋଷକୁ ଏକଘରକିଆ କରିଦେଇଛନ୍ତି। ବ୍ରିଟେନ୍ ଠାରୁ ଆରମ୍ଭ କରି ଆମେରିକା ସମସ୍ତେ ୟୁକ୍ରେନ୍‌କୁ ସମର୍ଥନ ଦେଉଛନ୍ତି। ଏପରି ସ୍ଥଳରେ ଋଷର ରାଗ ଏହିସବୁ ଦେଶଗୁଡ଼ିକ ଉପରେ ରହିଛି। ତେଣୁ ତୃତୀୟ ବିଶ୍ୱ ଯୁଦ୍ଧ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଆଉ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଲଣ୍ଡନ ଉପରେ ଆଗ ବୋମାମାଡ଼ ହେବ ବୋଲି ଧମକ ଦେଇଛି ଋଷ। ପୁଟିନଙ୍କର ଜଣେ ଘନିଷ୍ଠ ସହଯୋଗୀ ତଥା ଡିଫେନ୍ସ କମିଟିର ସଦସ୍ୟ ଥିବା ସାଂସଦ ଆନ୍ଦ୍ରେ ଗୁରୁଲ୍ୟୋଭ ଏଭଳି ଧମକ ଦେଇଛନ୍ତି। ନାଟୋ ଉପରେ ପ୍ରଥମ ଆକ୍ରମଣ ରୂପରେ ଏହି ଆଟାକ କରାଯିବ ବୋଲି ସେ କହିଛନ୍ତି।

ଋଷିଆର ସରକାରୀ ମିଡିଆ ଚ୍ୟାନେଲ୍-୧କୁ ସାକ୍ଷାତକାର ଦେଉଥିଲେ ଗୁରୁଲୋଭ୍। ନାଟୋର ବାଲଟିକ ଷ୍ଟେଟ୍‌ଗୁଡ଼ିକ ଉପରେ କପରି ସମ୍ପୂର୍ଣ୍ଣ ଦଖଲ ହେବ ସେ ନେଇ ଆଲୋଚନା ବେଳେ ଗୁରୁଲ୍ୟୋଭ ଏପରି କହିଥିବା ବ୍ରିଟେନ୍‌ର ମେଟ୍ରୋ ନ୍ୟୁଜ ପେପର୍‌ରେ ଏହି ଖବର ପ୍ରକାଶ ପାଇଛି।

ପୁଟିନଙ୍କ ପାର୍ଟିକୁ ସମର୍ଥନ କରୁଥିବା ଦଳର ପ୍ରତିନିଧିତ୍ୱ କରୁଥିବା ଲେଫ୍ଟନାଣ୍ଟ ଜେନେରାଲ ତଥା ବରିଷ୍ଠ କମାଣ୍ଡର ଗୁରୁଲ୍ୟୋଭ “ଆମେ ଆମର ପ୍ରଥମ ଏୟାର ଅପରସେନ୍‌ରେ ଶତ୍ରୁ ଗ୍ରୁପ୍‌ର ସମସ୍ତ ସ୍ପେସ୍ ସେଟ୍‌ଲାଇଟ୍‌ ସିଷ୍ଟମକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବୁ।”

ଯଦି ଋଷ ବ୍ରିଟେନ୍ ଉପରେ ଆକ୍ରମଣ କରେ ତେବେ ଏହା ନାଟୋ ଚୁକ୍ତିର ଧାରା ୫କୁ ଆଘାତ ପହଞ୍ଚାଇବ। ଏହି ଚୁକ୍ତି ଅନୁସାରେ, ନାଟୋ ଏକ ସାମରିକ ସହଯୋଗ ଚୁକ୍ତି ହୋଇଥିବାରୁ ଯଦି ସଂଗଠନର କୌଣସି ସଦସ୍ୟ ରାଷ୍ଟ୍ର ଉପରେ ଆକ୍ରମଣ ହେଲା ତେବେ କଥା ସରିଲା। ଏହାର ସଦସ୍ୟ ରାଷ୍ଟ୍ରମାନେ ଉକ୍ତ ଦେଶ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଏନେଇ ଗୁରୁଲ୍ୟୋଭ କହିଛନ୍ତି ” ସେ ଆମେରିକା ହେଉ କିମ୍ବା ବ୍ରିଟିସ। କିଛି ଦେଖାଯିବନି। ଆମେ ସମସ୍ତଙ୍କୁ ନାଟୋ ବୋଲି ଭାବିବୁ। ଆମେ ସବୁ ଆଣ୍ଟିମିସାଇଲ୍‌ ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେବୁ।” ଦ୍ୱିତୀୟରେ ଆମେ ପୋଲାଣ୍ଡ ରାଜଧାନୀ ୱାର୍‌ସା, ପ୍ୟାରିସ ଓ ବର୍ଲିନ ଆଡ଼ ଆରମ୍ଭ କରିବୁ। ପଶ୍ଚିମ ଦେଶର ପ୍ରଭାବକୁ ରୋକିବାକୁ ଏହା ହିଁ ଉଚିତ୍ ପଦକ୍ଷେପ ବୋଲି ସେ କହିଛନ୍ତି। ୟୁରୋପ ପାୱାର ସପ୍ଲାଏ ନଷ୍ଟ କରିଦିଆଯିବ।

ସେହିପରି ତୃତୀୟ ପର୍ଯ୍ୟାୟରେ ମୁଁ ଦେଖିବି ଆମେରିକା କେମିତି ପଶ୍ଚିମ ୟୁରୋପକୁ ଏଭଳି ଥଣ୍ଡା ଓ ବିନା ଖାଦ୍ୟରେ ଲଢ଼େଇ ଜାରିରଖିବାକୁ କହିବ। ଏହି ଯୁଦ୍ଧର ଏକ ମୋଟମୋଟି ଯୋଜନା ବୋଲି ପୁଟିନଙ୍କ ସହଯୋଗୀ କହିଛନ୍ତି।

Spread the love