ୟୁକ୍ରେନକୁ ୩ ପଟୁ ଆକ୍ରମଣ କରୁଛି ରୁଷ: ୭ ମୃତ

ୟୁକ୍ରେନ-ରୁଷିଆରେ ଆରମ୍ଭ ହୋଇଛି ଯୁଦ୍ଧ। ୟୁକ୍ରେନ ଉପରକୁ ୩ ପଟରୁ ଆକ୍ରମଣ କରୁଛି ରୁଷ। ଏହି ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିବା କହିଛି ୟୁକ୍ରେନ। ଲୁହାନସ୍କ ଅଞ୍ଚଳର ୨ଟି ସହର ଅକ୍ତିଆର କରିଥିବା ନେଇ ରୁଷିଆ ସମର୍ଥିତ ବିଚ୍ଛନତାବାଦୀ ଦାବି କରିଛି।

ଅନ୍ୟପଟେ ୟୁକ୍ରେନ ଏୟାରପୋର୍ଟ ଉପରକୁ ମିସାଇଲ ମାଡ଼ କରିଛି ରୁଷିଆ। ଏୟାରପୋର୍ଟରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏବେ ସହର ଆଡକୁ ଟ୍ୟାଙ୍କ ସହ ବଢୁଛି ରୁଷ ସେନା। ରାସ୍ତାରେ ମିସାଇଲର ଖଣ୍ଡ ବିଖଣ୍ଡିତ ଅଂଶ ପଡିଛି । କିଛି ପୋଲିସ ଅଫିସର ଏହାର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। କିଭ ଓ ଖାରକିଭ ସ୍ଥିତ ମିଲିଟାରୀ ବେସ୍‌ ଉପରେ ରୁଷିଆ ମିସାଇଲ ଆଟାକ୍‌ କରିଛି । ୟୁକ୍ରେନର ବହୁ ସହରରେ ବିସ୍ଫୋରଣ ଶୁଣିବାକୁ ମିଳିଛି। ୟୁକ୍ରେନ ଉପରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ଲଗାତର ଆକ୍ରମଣ କରୁଛି ରୁଷିଆ। ୟୁକ୍ରେନ୍‌ ନ ମାନିଲେ ଯୁଦ୍ଧ ହିଁ ହେବ। ଘଟଣାରେ କେହି ହସ୍ତକ୍ଷେପ କଲେ ପରିଣାମ ଭୋଗିବ ବୋଲି ପୁଟିନ ଚେତାବନୀ ଦେଇଛନ୍ତି ।

Spread the love