ପବନରୁ ଅକ୍ସିଜେନ ନଷ୍ଟ କରି ଦିଏ, ଋଷର ଏହି ୭ ଭୟଙ୍କର ଯୁଦ୍ଧାସ୍ତ୍ର, ଯାହାର ମାଡ଼ ସହୁଛି ୟୁକ୍ରେନ୍

ସବୁଠାରୁ ଭୟଙ୍କର ଓ ସ୍ମାର୍ଟ ମିଶାଇଲ୍‌ କଞ୍ଝଲ ହାଇପରସୋନିକକୁ ୟୁକ୍ରେନ୍‌ ଉପରେ ମାଡ଼ କରି ଚାଲିଛି ଋଷ। ୧୯ ମାର୍ଚ୍ଚ ପଶ୍ଚିମ ୟୁକ୍ରେନ୍‌ର ଇଭାନୋ ଫ୍ରେଙ୍କିସ୍କ ଅଞ୍ଚଳରେ ଥିବା ୟୁକ୍ରେନ୍‌ର ଅସ୍ତ୍ରଶସ୍ତ୍ର ଗୋଦାମକୁ ଏହି ମିସାଇଲ୍ ମାଡ଼ କରି ଉଡ଼ାଇ ଦେଥିଲା ଋଷ। ଏହା ବାଦ୍ ୟୁକ୍ରେନ୍ ଉପରେ କ୍ରୁଜ୍ ମିସାଇଲ୍‌, ଇସ୍କନ୍ଦର ବାଲାଷ୍ଟିକ୍‌ ମିସାଇଲ୍‌, ଥର୍ମୋବେରିକ ଭଳି ଅନେକ ଜୀବନ ନାଶକ ମିସାଇଲ୍ ବର୍ଷା କରୁଛି।

ଇଏ ଏମିତି ମିସାଇଲ୍ ଯାହାର ପ୍ରଭାର ମଣିଷ ବି ଧୂଆଁ ପାଲଟିଯିବ। ଆମେରିକା ସମେତ କୌଣସି ବି ପଶ୍ଚିମ ଦେଶ ପାଖରେ ଋଷର ଏହି ମିସାଇଲ୍‌କୁ ଖସେଇ ପକେଇବା ଭଳି ମିସାଇଲ୍ ନାହିଁ।

ଋଷର ଏହି ଭୟଙ୍କର ପ୍ରାଣଘାତକ ମିସାଇଲ୍ ବିଷୟରେ ଜାଣନ୍ତୁ-

ହାଇପରସୋନିକ ମିସାଇଲ୍

୧. ହାଇପରସୋନିକ ମିସାଇଲ୍- ଋଷ ରାଷ୍ଟ୍ରପିତ ଭ୍ଲାଦିମୀର ପୁଟିନ ଏହାକୁ ଆଇଡିୟଲ ୱେପନ କହନ୍ତି। ଏହାର ମାରକ କ୍ଷମତା ୧୫୦୦ରୁ ୨ ହଜାର କିମି। ଏହି ମିସାଇଲ୍‌ରେ ପରମାଣୁ ବମ୍‌ ବି ବହନ କରାଯାଇପାରିବ। ୨୦୧୮ରେ ପ୍ରଥମେ ଏହି ମିସାଇଲର ପରୀକ୍ଷା କରାଯାଇଥଲା। ଖୀପ୍ର ଗତି ସମ୍ପନ୍ନ ଏହି ମିଶାଇଲ୍ ସାମ୍ନାରେ ମଡର୍ଣ୍ଣ ଡିଫେନ୍ସ ସିଷ୍ଟମ୍ ବି ଫେଲ୍ ମାରିଯାଏ। ଆମେରିକା ପାଖରେ ଏହାର ଜବାବ ନାହିଁ। ସେସନ୍ସର ସୁବିଧା ଥିବା ଏହି ମିସାଇଲ୍‌ରେ ସ୍ଥଳଭାଗରୁ ସମୂଦ୍ର ପଥ ଓ ଆକାଶରୁ ମାଟି, ସବୁଠାରେ ଆକ୍ରମଣ କରିପାରେ। କେବଳ ସେତିକି ନୁହେଁ ୫୦୦ କିମି ପରମାଣୁ ପେଲୋଡ ନେଇପାରିବାର କ୍ଷମତା ରହିଛି ଏହି ମିସାଇଲ୍‌ରେ। ୧୯୪୧-୪୫ ବିଜୟ ସେନା ପରେଡ୍‌ରେ ଋଷ ଏହାକୁ ଲଞ୍ଚ କରିଥିଲା। MiG-31K ବିମାନରେ ଏହି ମିସାଇଲ୍‌ ମାଡ଼ କରାଯାଉଛି। ୮ ମିଠର ଲମ୍ବା ଓ ଗୋଟିଏ ମିଟର ଚୌଡ଼ା ବିଶିଷ୍ଟ ମିସାଇଲର ଓଜନ ପ୍ରାୟ ୪,୩୦୦ କିଲୋଗ୍ରାମ ରହିଛି।

କ୍ୟାଲିବର କ୍ରୁଜ ମିସାଇଲ୍

୨. କ୍ୟାଲିବର କ୍ରୁଜ ମିସାଇଲ୍- ମାର୍ଚ୍ଚ ୨୦ ତାରିଖରେ ଋଷ ଏହି ମିସାଇଲ୍‌କୁ ବ୍ଲାକ୍ ସି ଓ କେସ୍ପିୟନ ସି ଦେଇ ୟୁକ୍ରେନ୍‌ ଉପରେ ମାଡ଼ କରିଥିଲା। ଏହି ମିସାଲ୍‌ ୟୁକ୍ରେନ୍‌ର ସେନା ଛାଉଣୀ କ୍ଷେତ୍ର ଓ ସରକାରୀ ଅଟ୍ଟାଳିକାଗୁଡ଼ିକୁ ନିମିଷକେ ଧ୍ୱଂଶ କରିଦେଲା। ଏହା ପୂର୍ବରୁ ୨୦୧୫ରେ ଋଷ ସିରିଆରେ ଆଇଏସ୍‌ଆଇଏସର ଠିକଣା ନଷ୍ଟ କରିବାକୁ ଏହି ମିସାଇଲ୍‌ର ମାଡ଼ କରିଥିଲା। ବିନା ଟେକ୍ନିସିଆନ୍‌ରେ ଅପରେଟ୍ ହେଉଥିବା କ୍ୟାଲିବର କ୍ରୁଜ ମିସାଇଲ୍ ଏରୋଡାଇନାମିକ ଲିଫ୍ଟ ସାହାଯ୍ୟରେ ଉଡ଼ାଣ ଭରିଥାଏ। ଟାର୍ଗେଟ୍‌ ସ୍ଥଳରେ ବୋମା ଓ ପେଲେଡ୍ ବର୍ଷାଇବା ଏହାର କାମ। ଜେଟ୍ ଇଞ୍ଜିନ ସାହାଯ୍ୟରେ ପୃଥିବୀର ବାୟୁମଣ୍ଡଳ ଭିତରେ ଏହା ଉଡ଼ାଣ ଭରିଥାଏ।

ଇସ୍କନ୍ଦର ବାଲାଷ୍ଟିକ୍ ମିସାଇଲ୍-

୩. ଇସ୍କନ୍ଦର ବାଲାଷ୍ଟିକ୍ ମିସାଇଲ୍- ୨୦୦୬ରେ ଋଷ ଇସ୍କନ୍ଦର ବାଲାଷ୍ଟିକ ମିସାଇଲ୍ ଲଞ୍ଚ କରିଥିଲା। ଏହାକୁ ଶର୍ଟ ରେଞ୍ଜ ଟାର୍ଗେଟ୍ ପାଇଁ ବ୍ୟବହୃତ କରାଯାଉଥିବା ବେଳେ ଉଚ୍ଚ ଅଟାଳିକ ଓ ସୈନ୍ୟ ଠିକଣାକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଉଥିବା ହତିଆର ଏଥିରେ ନିଆଯାଇଥାଏ। ଲଞ୍ଚ ହବା ମାତ୍ରେ କ୍ଷୀପ୍ର ଗତିରେ ମାଡ଼ିଯାଉଥିବା ଏହି ମିସାଇଲ୍‌ ତଳକୁ ଆସିଲେ ଶତ୍ରୁପକ୍ଷକୁ ନିମିଷକେ ଧ୍ୱଂଶ କରିଦିଏ। ଋଷ ବେଲାରୁଷ ଦେଇ ଏହି ମିସାଇଲ୍‌କୁ ୟୁକ୍ରେନ୍ ଉପରେ ମାଡ଼ କରିଛି। ଋଷ ବର୍ତ୍ତମାନ 9k720 ଇସ୍କନ୍ଦର ବାଲାଷ୍ଟିକ ମିସାଇଲ୍ ବ୍ୟବହାର କରୁଛି। ଯାହାର ମାରକ କ୍ଷମତା ୫୦୦ କିମି। ଏହି ମିସାଇଲ୍ ୭୦୦ କିମିର ବିସ୍ଫୋଟକ ବହନ କରିବାର କ୍ଷମତା ରଖିଛି।

କ୍ଲଷ୍ଟର ବମ

୪. କ୍ଲଷ୍ଟର ବମ- ସିଲିଣ୍ଡର ଓ ଅକ୍ସିଜେନ୍ ଟାଙ୍କି ଭଳି ଦେଖାଯାଉଥିବା ଏହି ବମ୍‌ ଭିତରେ ଶହ ଶହ ବୋମ ଖଞ୍ଜି ହୋଇ ରହିଥାଏ। ଯୁଦ୍ଧ ବିମାନରେ ଏହି ବୋମାକୁ ବଡ଼ ଜନବସତି ନଷ୍ଟ କରିବା ପାଇଁ ବ୍ୟବହାର କରାଯାଇଥାଏ। ଗୋଟିଏ ବୋମାରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥାଏ। ଏହି ବୋମା ଉପର ପ୍ରତିବନ୍ଧକ ଲାଗିଥିବା ବେଳେ ଋଷ କିନ୍ତୁ ୟୁକ୍ରେନ୍ ବିରୋଧରେ ଏହାକୁ ବ୍ୟବହାର କରିଛି।

. ଥର୍ମୋବେରିକ ଅସ୍ତ୍ର- ଥର୍ମୋବେରିକ ଅସ୍ତ୍ରକୁ ଏୟରୋସୋଲ ବମ୍, ଇନ୍ଧନ ବାୟୁ ବିସ୍ଫୋଟକ ଓ ଭାକ୍ୟୁମ୍ ବମ୍ ବୋଲି କୁହାଯାଏ। ଏହି ଅସ୍ତ୍ର ହାୱାରୁ ଅକ୍ସିଜେନ ନଷ୍ଟ କରିଦିଏ। ପାରମ୍ପରିକ ହତିଆର ଠାରୁ ଥର୍ମୋବେରିକ ଅସ୍ତ୍ର ଅନେକ ଗୁଣ ଅଧିକ ଭୟଙ୍କର। ଦୁଇଟି ଷ୍ଟେପ୍‌ରେ ଏହି ହତିଆର କାମ କରିଥାଏ। ଲକ୍ଷସ୍ଥଳ ବେଦ କରିବା ପୂର୍ବରୁ ବିସ୍ଫୋଟ ବମ୍ ଇନ୍ଧନ କଣ୍ଟେନର ଖୋଲିଦେଇଥାଏ। ଯାହାର ଇନ୍ଧନ ଓ ଧାତୁ କଣାରୁ ଧୂଆଁର ବେଲୁନ ଭଳି ହୋଇ ବଡ଼ ଆକାରେ ବ୍ୟାପିଯାଏ। ଅନ୍ୟପଟେ ଏୟାରସୋଲ କଣକୁ ନିଆଁଭଳି ଜଳାଇ ଗରମ କରିବା ପରେ ଦ୍ୱିତୀୟ ବିସ୍ଫୋରଣ ହୋଇଥାଏ। ଏହା ଖୁବ୍ ଭୟଙ୍କର। ଆଖିପିଛୁଳାକେ ଉଚ୍ଚ ଅଟ୍ଟାଳିକା ଉପକରଣକୁଗୁଡ଼ିକୁ ମାଟିରେ ମିଶାଇ ଦେଇଥାଏ। ଋଷ ୟୁକ୍ରେନ୍ ବିରୋଧରେ T-7 ଟ୍ୟାଙ୍କର ବ୍ୟବହାର କରି ଥର୍ମୋବେରିକ ବିସ୍ଫୋରକକୁ ମାଡ଼ କରୁଛି। ଆଉ ଏହି ବମା ବିସ୍ଫୋରଣ ହେବା ମାତ୍ରେ ଉକ୍ତ ଅଞ୍ଚଳରେ ଅକ୍ସିଜେନ୍‌ ମାତ୍ରା କମିଯାଏ ଓ ଲୋକମାନନେ ଅଣନିଶ୍ୱାସୀ ହୋଇ ମରିଯାଆନ୍ତି। ଏହି ଅସ୍ତ୍ର ମଣିଷକୁ ନିମିଷକେ ପାଉଁଶ କରିଦିଏ।

୬- ଋଷ ଟ୍ୟାଙ୍କ- BPMT ଟର୍ମିନେଟର ଟ୍ୟାଙ୍କରୁ ଋଷ ୟୁକ୍ରେନ୍‌କୁ ଧ୍ୱଂଶ କରିବାରେ ଲାଗିପଡ଼ିଛି। ଏହା ଏକ ଟ୍ୟାଙ୍କ ସପୋର୍ଟ ଯୁଦ୍ଧ ଯାନ। ଯାହା ଗୁଳି ବର୍ଷାଇବା ସହିତ ହେଲିକପ୍ଟର ଓ ଧୀର ଗତିରେ ଉଡ଼ୁଥିବା ବିମାନକୁ ବି ଟାର୍ଗେଟ କରିପାରେ। ଏହି ଟ୍ୟାଙ୍କକୁ ଋଷ କମ୍ପାନୀ ୟୁରାଲ୍ଭଗୋନଜୱୋଡ଼ ତିଆରି କରିଛି। ୨୦୧୩ ପ୍ରଥମ ଥର BPMT-72 ଟ୍ୟାଙ୍କକୁ ଋଷର ଯୁଦ୍ଧାସ୍ତ୍ର ପ୍ରଦର୍ଶନୀର କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା। ଋଷ ଷ୍ଟେପଲ ଟି-୯୦ ଓ ଟି-୭୨ ସହିତ ଟି-୧୪ ଆର୍ମଟା ଷ୍ଟିଲ୍ଥ ଟ୍ୟାଙ୍କ ବ୍ୟାବହାର କରୁଛି। ଏସବୁ ଟ୍ୟାଙ୍କରେ କେହି ଡ୍ରାଇଭର ନଥାନ୍ତି। ଏହା ଏକ ମାଉଣ୍ଟିଂପ୍ଲାଟଫର୍ମ। ଶତ୍ରୁ ପକ୍ଷ ଉପରେ ଗୁଳି ବର୍ଷାଇବା ପାଇଁ ଋଷ ଏହି ଟ୍ୟାଙ୍କଗୁଡ଼ିକର ବ୍ୟବହାର କରୁଛି। ଅନ୍ୟ ଟ୍ୟାଙ୍କଗୁଡ଼ିକ ଅପେକ୍ଷା ଆର୍ମଟା ଟ୍ୟାଙ୍କ ଖୁବ୍‌ଦ୍ରୁତ ଗତିରେ ଶତ୍ରୁପକ୍ଷ ଉପରେ ଗୁଳି ଚଳାଇଥାଏ। ଏହି ଟ୍ୟାଙ୍କ ହଲ୍‌କା ହୋଇଥିବା ବେଳ ଯୁଦ୍ଧ କରିବାରେ ବେସ୍ ମାହିର ହୋଇଥାଏ।

ରକେଟ ଆକ୍ରମଣ

୭. ରକେଟ ଆକ୍ରମଣ- ଋଷ ୟୁକ୍ରେନର ସହରାଞ୍ଚଳରେ ଲଗତାର ରକେଟ ମାଡ଼ କରି ୟୁକ୍ରେନ୍‌କୁ ଉଜାଡ଼ିସାରିଲାଣି। ଏଥିରେ ୟୁକ୍ରେନର କିଭ୍, କାର୍ଖିବ୍, ଓଡ଼େସା, ଚେର୍ନିହିବ, ଇରପୀନ ସମେତ ଅନେକ ସହର ଉପରେ ଋଷ ଆରମ୍ଭରୁ ହିଁ ରକେଟ ମାଡ଼ କରି ଚାଲିଛି। ଋଷ ସେନା ଗ୍ରେଡ୍ ସ୍ମାର୍ଚ୍ଚ ବା ଟର୍ଣ୍ଣେଡୋ ଓ ଅରଗନ ସହିତ ଅନେକ ରକେଟ ଲଞ୍ଚଲର ୟୁକ୍ରେନ୍‌ ଉପରେ ମାଡ଼ କରୁଛି। ସେଥିମଧ୍ୟରୁ BM-30 ସ୍ମାର୍ଚ୍ଚ MBR ଅନ୍ୟତମ। ଏହି ଦୁଇ ହେବି ରକେଟ ଲଞ୍ଚର ସଫ୍ଟ ଟାର୍ଗେଟ୍‌ ଓ କମାଣ୍ଡ ପୋଷ୍ଟ ପାଇଁ ସ୍ପେଶିଆଲ୍ ବ୍ୟବହାର ହୁଏ। ଋଷ ୟୁକ୍ରେନ୍ ବିରୋଧରେ TOR-M2 ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲର ବି ବ୍ୟବହାର କରାଯାଉଛି। ଯାହାର ରେଞ୍ଜ ୧୬ କିମି ପର୍ଯ୍ୟନ୍ତ ରହିଥାଏ। ୟୁକ୍ରେନ୍‌କୁ ନଷ୍ଟ କରିବା ପାଇଁ ଟି-୮୦ ମ୍ୟାନ ବେଟଲ ଟ୍ୟାଙ୍କକୁ ମଧ୍ୟ ବ୍ୟବହାର କରୁଛି ଋଷ।

Spread the love