ଆନ୍ତର୍ଜାତିକସ୍ତରରରେ ରୁଷ୍‌କୁ ଏକଘରକିଆ

ନ୍ୟୁୟର୍କ : ଜାତିସଂଘ ଇକୋନୋମିକ୍ ଆଣ୍ଡ ସୋସିଆଲ କାଉନସିଲ ଅଧୀନରେ ଥିବା ୪ଟି ସଂସ୍ଥା ଯଥା (୧) କମିଟି ଅନ୍ ନନ୍ ଗର୍ଭମେଣ୍ଟାଲ ଅର୍ଗାନାଇଜେସନ, (୨) ଜାତିସଂଘ ୱିମେନ ଏକ୍‌ଜିକ୍ୟୁଟିଭ୍ ବୋର୍ଡ, (୩) ୟୁନିସେଫ୍ ଏକ୍‌ଜିକ୍ୟୁଟିଭ୍ ବୋର୍ଡ ଏବଂ (୪) ପର୍ମାନେଣ୍ଟ ଫୋରମ ଅନ୍ ଇଣ୍ଡିଜେନସ ଇସ୍ୟୁଜ୍ ପାଇଁ   ଗତ ବୁଧବାର ଭୋଟଗ୍ରହଣ ହୋଇଥିଲା।  ଜାତିସଂଘର ୪ଟି କମିଟି ପାଇଁ ଅନୁଷ୍ଠିତ ନିର୍ବାଚନରେ ରୁଷ୍ ପରାଜିତ ହୋଇଥିବା ଜଣାପଡିଛି । ଫଳରେ ଆନ୍ତର୍ଜାତିକସ୍ତରରରେ ରୁଷ୍‌କୁ ଏକଘରକିଆ କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଯେଉଁ ଉଦ୍ୟମ ଚଳାଇଛନ୍ତି, ତାହା ସଫଳ ହେଉଥିବାର ପ୍ରମାଣ ମିଳିଛି । ଅପରପକ୍ଷରେ ଭାରତ ଏହି ୪ଟି କମିଟିକୁ ନିର୍ବାଚିତ ହୋଇଥିବା ଜଣାପଡିଛି । ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଅବ୍ୟାହତ ରଖିଥିବାରୁ ରୁଷ୍‌କୁ ଏଭଳି ଦଶା ଭୋଗିବାକୁ ପଡୁଛି ବୋଲି ୟୁରୋପୀୟ ସଂଘ ପକ୍ଷରୁ କୁହାଯାଇଛି । କମିଟି ଅନ୍ ନନ୍ ଗର୍ଭମେଣ୍ଟାଲ ଅର୍ଗାନାଇଜେସନ ନିର୍ବାଚନରେ ମୋଟ ୫୪ ମଧ୍ୟରୁ ରୁଷ୍‌କୁ ୧୫ଟି ଭୋଟ ମିଳିଥିବାବେଳେ ଜାତିସଂଘ ୱିମେନ ଏକ୍‌ଜିକ୍ୟୁଟିଭ୍ ବୋର୍ଡ ନିର୍ବାଚନରେ ୫୪ରୁ ୧୬, ୟୁନିସେଫ୍ ଏକ୍‌ଜିକ୍ୟୁଟିଭ୍ ବୋର୍ଡ ନିର୍ବାଚନରେ ୫୪ରୁ ୧୭ ଏବଂ ପର୍ମାନେଣ୍ଟ ଫୋରମ ଅନ୍ ଇଣ୍ଡିଜେନସ ଇସ୍ୟୁଜ୍ ନିର୍ବାଚନରେ ୫୨ରୁ ୧୮ଟି ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି । ଚତୁର୍ଥ ନିର୍ବାଚନରେ ରୁଷ୍‌କୁ ପଛରେ ପକାଇ ୟୁକ୍ରେନ୍ ବିଜୟୀ ହୋଇଥିବା ଜଣାପଡିଛି ।

Spread the love